www.samajalive.in
Saturday, December 6, 2025
23.1 C
Bhubaneswar

ଏୟାରଟେଲ୍‌ର ସବୁଠୁ ଶସ୍ତା ପ୍ଲାନ୍: ୧୧ ଟଙ୍କାରେ ସୁପରଫାଷ୍ଟ ଇଣ୍ଟରନେଟ୍‌, ରହିଛି ଆହୁରି ଆକର୍ଷଣୀୟ ଅଫର

ସମାଜ ଡିଜିଟାଲ ଡେସ୍କ: ଏୟାରଟେଲ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଆସିଯାଇଛି ଏୟାରଟେଲ୍‌ର ସବୁଠୁ ଶସ୍ତା ପ୍ଲାନ୍‌। ଏଣିକି ମାତ୍ର ୧୧ ଟଙ୍କାର ରିଚାର୍ଜରେ ଆପଣ ପାଇପାରିବେ ସୁପରଫାଷ୍ଟ ଇଣ୍ଟରନେଟ୍‌। ଏଥିସହ ୪୯ ଟଙ୍କା ଏବଂ ୯୯ ଟଙ୍କାର ପ୍ଲାନ୍ ମଧ୍ୟ ଆସିବାକୁ ଯାଉଛି। ଆସନ୍ତୁ ଜାଣିବା ଏୟାରଟେଲର ଏସବୁ ପ୍ଲାନ୍‌ ବିଷୟରେ-

ଏୟାରଟେଲର ୧୧ ଟଙ୍କିଆ ପ୍ଲାନ୍: 

- Advertisement -

ଏୟାରଟେଲର ଏହି ପ୍ଲାନ୍‌ ଆପଣଙ୍କ ପାଇଁ ଏକ ଭଲ ଅପ୍ସନ ସାବ୍ୟସ୍ତ ହୋଇପାରେ। କାରଣ ଏଥିରେ ୧ ଘଣ୍ଟା ପାଇଁ ୫ଜି ସୁପରଫାଷ୍ଟ ଡାଟା ମିଳୁଛି, ଯାହା ଉପଭୋକ୍ତାଙ୍କୁ ବେଶ୍‌ ପସନ୍ଦ ଆସୁଛି। କିନ୍ତୁ ଏହି ପ୍ଲାନ୍ କେବଳ ୧ ଘଣ୍ଟା ପାଇଁ ଆକ୍ଟିଭ୍‌ ରହିବ। ଏହି ପ୍ଲାନ୍‌ ୧୦ ଜିବି ପର୍ଯ୍ୟନ୍ତ ଡାଟା ଦେଉଛି। ଯଦି ଆପଣ ଏକ ତୁରନ୍ତ ରିଚାର୍ଜ ପ୍ଲାନ୍‌ ଖୋଜୁଛନ୍ତି, ତେବେ ଏହାକୁ ଆପଣଙ୍କ ତାଲିକାରେ ସାମିଲ କରିପାରିବେ।

ଏୟାରଟେଲର ୪୯ ଓ ୯୯ ପ୍ଲାନ୍‌:

ଏହି ପ୍ଲାନ୍‌ରେ ଆପଣ ଗୋଟିଏ ଦିନ ପାଇଁ ଅସୀମିତ ଡାଟା ପାଇପାରିବେ। ଅର୍ଥାତ୍ ଏହାକୁ କିଣିବା ପରେ ଆପଣଙ୍କୁ ଇଣ୍ଟରନେଟ୍ ପାଇଁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ ଏବଂ ଆପଣ ଘରେ ବସି ଫାଷ୍ଟ ଇଣ୍ଟରନେଟ୍‌ର ଆନନ୍ଦ ଉଠାଇପାରିବେ। ଏହି ପ୍ଲାନ୍‌ରେ କମ୍ପାନୀ ପକ୍ଷରୁ ୨୦ ଜିବି ଅସୀମିତ ଡାଟା ଦିଆଯାଉଛି। ଏହାପରେ ମଧ୍ୟ ଇଣ୍ଟରନେଟ୍ କାମ କରିବ, କିନ୍ତୁ ସ୍ପିଡ୍‌ ବହୁତ କମିଯିବ।

୯୯ ଟଙ୍କିଆ ପ୍ଲାନ୍‌ରେ ମଧ୍ୟ ଆପଣଙ୍କୁ ଡାଟା ଦିଆଯାଉଛି। ୨୦ ଜିବି ଡାଟାକୁ ଆପଣ ଦୁଇ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଏହା ଉପଭୋକ୍ତାଙ୍କ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହେବ ଏବଂ ଆପଣ ଏହାକୁ ନିଜ ତାଲିକାରେ ସାମିଲ କରିପାରିବେ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories