www.samajalive.in
Wednesday, November 19, 2025
18.1 C
Bhubaneswar

ଯୋଗାଣ ବିଭାଗ ଗୋଦାମରେ କର୍ମଚାରୀଙ୍କ ଦ୍ବାରା ଚାଉଳ ଚୋରି!

ଗୋପାଳପୁର: ଯୋଗାଣ ବିଭାଗ ଗୋଦାମରେ କର୍ମଚାରୀ ଙ୍କ ଦ୍ବାରା ଚାଉଳ ଚୋରି! ଗୋପାଳପୁର ଏନଏସି ସମେତ ବ୍ରହ୍ମପୁର ମହାନଗର ନିଗମ ର ଜନ ସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ରାସନ୍ ସାମଗ୍ରୀ କୁ ଯୋଗାଣ ବିଭାଗ ର ଗୋଦାମ ରେ କାମ କରୁଥିବା କର୍ମଚାରୀ ଙ୍କ ଦ୍ବାରା ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଯାହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି। ଏହି ଭିଡିଓ ଟି ଦାସପୁରଠାରେ ଥିବା ଯୋଗାଣ ବିଭାଗ ଗୋଦାମ ର ବୋଲି ଦାବି କରା ଯାଉଥିବାବେଳେ ତଦନ୍ତ କରାଗଲେ , ପ୍ରକୃତ ଘଟଣା ଜଣାପଡିବ । ଭିଡିଓଟିରେ ଦେଖିବାକୁ ମିଳିଛି ଯେ , କିଛି କର୍ମଚାରୀ ହାତରେ ଧାରୁଆ ଅସ୍ତ୍ର ଧରି ସେଠାରେ ଗଛିତ ରହିଥିବା ଚାଉଳ ବସ୍ତା କୁ ଚିରି ସେଥିରୁ ଚାଉଳ ଚୋରି କରୁଛନ୍ତି।  ଏଫସିଆଇ ଗୋଦାମରୁ ଯୋଗାଣ ବିଭାଗ ଗୋଦାମ କୁ ୫୦ କେଜି ଓଜନର ଚାଉଳ ବସ୍ତା ପଠାଯାଇଥାଏ। ଏହାକୁ ଗୋଦାମରେ ରଖିବା ପରେ ବ୍ରହ୍ମପୁର ସହର , ଗୋପାଳପୁର ଏନଏସି ସମେତ ରଙ୍ଗେଇଲୁଣ୍ଡା ର ବିଭିନ୍ନ ଖାଉଟି କଣ୍ଟ୍ରୋଲ ଷ୍ଟୋର ସହ ବିଭିନ୍ନ ପଞ୍ଚାୟତ କୁ ଚାଉଳ ଯୋଗାଣ ହୋଇଥାଏ। ଗତ କିଛି ବର୍ଷ ହେଲା ଯୋଗାଣ ବିଭାଗ ଗୋଦାମ ରୁ ଆସୁଥିବା ଚାଉଳ ବସ୍ତା ରେ ୨ କେଜି ରୁ ୫ କେଜି ଚାଉଳ କମ ରହୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏ ନେଇ କୈାଣସି ଅଭିଯୋଗ ହେଉନଥିଲା। କିନ୍ତୁ ଭାଇରାଲ ହେଉଥିବା ଭିଡିଓ ରେ ଚାଉଳ ଲୁଟ କଥା ଜଣା ପଡିବା ପରେ ଅଭିଯୋଗ ର ସତ୍ୟାସତ୍ୟ ରହିଥିବା ଆଲୋଚନା ହେଉଛି।  ବିଭାଗ ପକ୍ଷରୁ ଏହାର ତଦନ୍ତ କଲେ,  ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

Related Articles

Popular Categories