ଓଡ଼ିଶା ପାଇଁ ନୁହେଁ ମଧ୍ୟପ୍ରଦେଶରୁ ଖେଳିବେ ଶୁଭ୍ରାଂଶୁ

ଓଡ଼ିଶାରୁ ଏନ୍ଓସି ପାଇ ମଧ୍ୟପ୍ରଦେଶ ବାହାରିଲେ ଶୁଭ୍ରାଂଶୁ

କଟକ: ଓଡ଼ିଶା  କ୍ରିକେଟ୍‌ ଦଳର ପ୍ରମୁଖ ବ୍ୟାଟ୍‌ସମ୍ୟାନ୍ ତଥା ରଣଜୀ ଦଳର ପୂର୍ବତନ ଅଧିନାୟକ ଶୁଭ୍ରାଂଶୁ ସେନାପତି ୨୦୨୪-୨୫ ଘରୋଇ କ୍ରିକେଟ୍‌ ଋତୁରେ ମଧ୍ୟପ୍ରଦେଶ ପାଇଁ ଖେଳିବେ। ଶୁଭ୍ରାଂଶୁ ଏଥିପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ (ଓସିଏ)ରୁ ଅନୁମତି ବା ଏନ୍‌ଓସି ମାଗିଥି​‌େ​‌ଲ। ସୋମବାର ଓସିଏ ଶୁଭ୍ରାଂଶୁଙ୍କୁ ଏନ୍‌ଓସି ପ୍ରଦାନ କରିଛି। ୨୦୨୪-୨୫ ଘରୋଇ କ୍ରିକେଟ୍‌ ଋତୁରେ ମଧ୍ୟପ୍ରଦେଶ ଦଳର ମଧ୍ୟକ୍ରମରେ ଶୁଭ୍ରାଂଶୁଙ୍କୁ ବ୍ୟାଟିଂ କରିବେ। ଶୁଭ୍ରାଂଶୁଙ୍କ ପରି ବ୍ୟାଟ୍‌ସମ୍ୟାନଙ୍କୁ ହରାଇବା ନିଶ୍ଚୟ ଓଡ଼ିଶା କ୍ରିକେଟ୍‌ ପାଇଁ ବଡ଼ କ୍ଷତି। କାରଣ ସେ ଦଳର ପ୍ରମୁଖ ବ୍ୟାଟ୍‌ସମ୍ୟାନ୍ ଥିଲେ ଏବଂ ଏକାଧିକ ଥର ସେ ଓଡ଼ିଶା ଦଳର ନେତୃତ୍ବ ନେଇଛନ୍ତି।

ଏହା ସତ ଯେ ମଧ୍ୟପ୍ରଦେଶ ପରି ଏକ ନାମୀ ତଥା ଶକ୍ତିଶାଳୀ ଦଳ​‌େ​‌ର ଖେଳିବା ଲାଗି ଉକ୍ତ ଦଳରେ ଶୁଭ୍ରାଂଶୁ ସେନାପତି ଓଡ଼ିଶା ଛାଡ଼ୁଛନ୍ତି। ୨୦୨୪ ଜାନୁଆରୀରେ ରଣଜୀ ଟ୍ରଫିରେ ମଧ୍ୟପ୍ରଦେଶ ବିପକ୍ଷରେ ଓଡ଼ିଶା ପାଇଁ ଶୁଭ୍ରାଂଶୁ ପ୍ରଥମ ଇନିଂସରେ ୨୭୭ ଏବଂ ୨ୟ ଇନିଂସରେ ଅପରାଜିତ ୩୩ ରନ୍‌ କରିଥିଲେ। ତାଙ୍କ ବ୍ୟାଟିଂରେ ମଧ୍ୟପ୍ରଦେଶର ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ ବହୁତ ପ୍ରଭାବିତ ହୋଇ ତାଙ୍କୁ ପରବର୍ତ୍ତୀ ଋତୁରେ ମଧ୍ୟପ୍ରଦେଶ ପାଇଁ ଖେଳିବାର ପ୍ରସ୍ତାବ ଦେଇଥିଲେ। ଗତବର୍ଷ ମଧ୍ୟପ୍ରଦେଶ ଗ୍ରୁପ୍‌ ‘ଡି’ ଶୀର୍ଷରେ ଥିବା ବେ​‌େ​‌ଳ ଓଡ଼ିଶା ୭ମ ସ୍ଥାନରେ ଥିଲା। ତେଣୁ ଏକ ଭଲ ଦଳ ପାଇଁ ଖେଳିବାର ପ୍ରସ୍ତାବ ପାଇବା ପରେ ଶୁଭ୍ରାଂଶୁ ମନା କରି ପାରିନାହାନ୍ତି। ତାଙ୍କ ଭାଷାରେ, ଏକ ଛାତ୍ର ଯେପରି ଉଚ୍ଚ ଶିକ୍ଷା ପାଇଁ ଏକ ବଡ଼ ଶିକ୍ଷାନୁଷ୍ଠାନକୁ ଯାଇଥାଏ; ମୁଁ ସେଇଆ ହିଁ କରୁଛି। ଓଡ଼ିଶା ସବୁବେଳେ ମୋ ହୃଦୟରେ ରହିବ। ୨୦୨୧-୨୨ରେ ମଧ୍ୟପ୍ରଦେଶ ରଣଜୀ ଟ୍ରଫି ଚମ୍ପିଆନ୍‌ ହୋଇଥିବା ବେଳେ ଗତବର୍ଷ ସେମିଫାଇନାଲ ଖେଳିଥିଲା। ଗତବର୍ଷ ରଣଜୀ ଟ୍ରଫିରେ ଶୁଭ୍ରାଂଶୁ ୭ଟି ମ୍ୟାଚ୍‌ରୁ ୨ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ଦଳ ପାଇଁ ସର୍ବାଧିକ ୫୩୫ ରନ୍‌ କରିଥିଲେ। ମଧ୍ୟପ୍ରଦେଶ ଦଳରେ ରଜତ ପଟିଦାର, ଭେଙ୍କଟେଶ ଆୟର, ଆଭେସ୍ ଖାଁଙ୍କ ପରି ଆନ୍ତର୍ଜାତିକ ଖେଳାଳି ଅଛନ୍ତି। ପୁଣି ଆଉ ଅଧ ଡଜନ ଖେଳାଳି ଆଇପିଏଲ୍‌ ଖେଳୁଛନ୍ତି। ଏହି ଦଳ ପାଇଁ ଖେଳିବା ନିଶ୍ଚୟ ତାଙ୍କ ପାଇଁ ଲାଭପ୍ରଦ ହେବ ବୋଲି ଶୁଭ୍ରାଂଶୁ କହନ୍ତି। ତାଙ୍କ ଅନୁସାରେ, ଚନ୍ଦ୍ରକାନ୍ତ ପଣ୍ଡିତଙ୍କଠାରୁ ମଧ୍ୟପ୍ରଦେଶ ପାଇଁ ଖେଳିବାର ଆମନ୍ତ୍ରଣ ପାଇଥିଲି। ଏଥିପାଇଁ ଓସିଏଠାରୁ ଏନ୍‌ଓସି ମାଗିଥିଲି। ଓଡ଼ିଶା ପାଇଁ ଜୁନିୟର ସ୍ତରରୁ ରଣଜୀ ଟ୍ରଫି ଖେଳିବା ପର୍ଯ୍ୟନ୍ତ ଓସିଏ ମୋତେ ବହୁତ ସମର୍ଥନ ଦେଇଛି। ଏଥିପାଇଁ ଓସିଏ ପାଖରେ ମୁଁ କୃତଜ୍ଞ। ଆଗକୁ ଯଦି ଓଡ଼ିଶା ପାଇଁ ଖେଳିବାକୁ ମନସ୍ଥ କରେ ଏବଂ ମୋତେ ସୁଯୋଗ ମିଳେ; ନିଶ୍ଚୟ ଫେରିବି। ଓଡ଼ିଶା ଦଳର ସାଥୀ ଖେଳାଳିଙ୍କୁ ମିସ୍ କରିବି। ସେମାନଙ୍କ ସମ୍ପର୍କରେ ରହିବି। ମୋତେ ପଣ୍ଡିତ ସାର୍ ଡାକିଛନ୍ତି; ତେଣୁ ଆଶା ଯେ ମୋତେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ। ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ଶୁଭ୍ରାଂଶୁଙ୍କୁ ଓଡ଼ିଶା ନ ଛାଡ଼ିବା ପାଇଁ ବହୁତ ବୁଝାଇଛୁ। ସେ ଫର୍ମରେ ନଥିବା ବେଳେ ମଧ୍ୟ ତାଙ୍କୁ ସମର୍ଥନ ଦେଇଛୁ। ସେ ମଧ୍ୟପ୍ରଦେଶ ପାଇଁ ଖେଳିବାକୁ ଯାଉଥିବା ବେଳେ ତାଙ୍କୁ ଶୁଭେଚ୍ଛା ଜଣାଉଛୁ। ଆମେ କେବେ ବି ବାହାର ରାଜ୍ୟର ଖେଳାଳିଙ୍କୁ ସୁଯୋଗ ଦେଇନାହୁଁ। ୨୮ ବର୍ଷ ବୟସ୍କ ଶୁଭ୍ରାଂଶୁ ୨୦୧୬ରୁ ଓଡ଼ିଶା ରଣଜୀ ଦଳ ପାଇଁ ଖେଳିଛନ୍ତି। ସେ ୫୧ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ରୁ ୮ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ସହ ୨୯୬୭ ରନ୍‌, ୪୯ଟି ଲିଷ୍ଟ-ଏ ମ୍ୟାଚ୍‌ରୁ ୧୩୮୦ ରନ୍‌ ଓ ୩୯ଟି ଟି୨୦ ମ୍ୟାଚ୍‌ରୁ ୧୦୮୨ ରନ୍‌ କରିଛନ୍ତି। ଗତ ୨ ବର୍ଷ ହେଲା ଶୁଭ୍ରାଂଶୁ ଆଇପିଏଲ୍‌ ଦଳ ଚେନ୍ନଇ ସୁପର କିଙ୍ଗ୍‌ସରେ ଥିଲେ ମଧ୍ୟ ମ୍ୟାଚ୍‌ ଖେଳିନଥିଲେ।

 

Comments are closed.