www.samajalive.in
Friday, December 5, 2025
26.1 C
Bhubaneswar

ଦିନ ୧୧ଟାରେ ସଂସଦରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଆଜି ସଂସଦରେ ଦିନ ୧୧ଟାରେ ଉପସ୍ଥାପନ ହେବାକୁ ଯାଉଛି । ବଜେଟ ଉପସ୍ଥାପନ ପୂର୍ବରୁ ସମସ୍ତ ଔପଚାରିକତା ପୂରଣ କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରଥମେ ଅର୍ଥମନ୍ତ୍ରଣାଳୟକୁ ଯାଇ ସେଠାରେ ନିଜ ଟିମ୍ ସହ ଫଟୋ ସେସନ୍ କରିବା ପରେ ବଜେଟ୍ ଟାବ୍ଲେଟକୁ ଦେଖାଇଛନ୍ତି । ଏହାପରେ ରାଷ୍ଟ୍ରପତି ଭବନ କୁ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରମ୍ପରା ଅନୁଯାୟୀ ଅର୍ଥମନ୍ତ୍ରୀଙ୍କୁ ମିଠା ଦହି ଖୁଆଇଛନ୍ତି । ଲଗାତାର ସପ୍ତମ ଥର ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ପୂର୍ଣ୍ଣାଙ୍ଗ ବଜେଟ ଉପରେ ରହିଛି ଦେଶବାସୀଙ୍କ ନଜର । ବଜେଟରେ କେଉଁ ବଡ ଘୋଷଣା ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ବଜେଟରେ କେବଳ ଟିକସଦାତାଙ୍କ ପାଇଁ ନୁହେଁ ଲକ୍ଷଲକ୍ଷ ଯୁବପୀଢିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏଥିପାଇଁ ବଜେଟରୁ ଲୋକମାନେ ଅନେକ ଆଶା ରଖିଛନ୍ତି । ଚାକିରିଆ, ବ୍ୟବସାୟୀ, ମଧ୍ୟବିତବର୍ଗ, ଯୁବ, ମହିଳା, ବୃଦ୍ଧ ଓ ଚାଷୀଙ୍କ ପାଇଁ କିଛି ବଡ ଘୋଷଣା ହେବା ଆଶା କରାଯାଉଛି ।

- Advertisement -

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories