ଭାରତ ଓ ଜାପାନ ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: ସମ୍ବଲପୁର ଜିଲା ଧମା ଅଞ୍ଚଳର ମୂଳ ନିବାସୀ ତଥା ବିଶିଷ୍ଟ ଶିକ୍ଷାବିତ ପ୍ର. ରାଜାରାମ ପଣ୍ଡାଙ୍କ ଦ୍ୱାରା ରଚିତ ପୁସ୍ତକ ‘ଭାରତ ଓ ଜାପାନ – ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ସୋମବାର ଉନ୍ନମୋଚିତ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ଜାପାନ ଫାଉଣ୍ଡେସନର ନିର୍ଦ୍ଦେଶକ ଜେନେରାଲ କୋଜି ସାତୋ, ରାଷ୍ଟ୍ରଦୂତ ଦୀପା ଗୋପାଲନ ୱାଧୱା, ରାଷ୍ଟ୍ରଦୂତ ସି. ରାଜଶେଖର, ରାଜୁ ମନସୁଖାନୀ, ଡ. ରୂପନାରାୟଣ ଦାସ ତଥା ବିଦେଶ ମନ୍ତ୍ରାଳୟର ଉପଦେଷ୍ଟା ଅଶୋକ ଚାୱଲା ପ୍ରମୁଖ ଏହି ପୁସ୍ତକ ଉନ୍ମୋଚନରେ ଅତିଥି ରୂପେ ଯୋଗ ଦେଇଥିଲେ। ପ୍ର. ପଣ୍ଡା ଜାପାନ, କୋରିଆ ତଥା ଦକ୍ଷିଣ ପୂର୍ବ ଏସିଆର ଜଣେ ଆନ୍ତର୍ଜାତିକ ସ୍ତରର ଖ୍ୟାତି ସମ୍ପନ୍ନ ବିଶାରଦ ଅଟନ୍ତି।

Comments are closed.