www.samajalive.in
Monday, December 15, 2025
17.1 C
Bhubaneswar

ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଗାଁ ଦାଣ୍ଡରେ ଧାନ ତଳି ରୋଇଲେ ଗ୍ରାମବାସୀ

ପାଟଣା: ଆଜି ପାଟଣାରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ ଓ ଏସପି ନୀତିନ କୂଳଶେଖରଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଚାଲିଥିବା ବେଳେ ପାଟଣା ବ୍ଲକ ମୁଖ୍ୟାଳୟ ବଡପାଟଣା ପଞ୍ଚାୟତ ସାଧୁପଡା ଗ୍ରାମ ଦାଣ୍ଡରେ ଗ୍ରାମବାସୀ ଧାନତଳି ରୋପଣ କରି ଅଭିନବ ପ୍ରତିବାଦ ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ ସାଧୁପଡା ଗ୍ରାମ ଦାଣ୍ଡ କାଦୁଅ ପଚପଚ ଥିବାରୁ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫ ଶହ ମିଟର ଦୂର ଏହି ଗ୍ରାମବାସୀ ଦାଣ୍ଡରେ ଯିବା ଆସିବା ପାଇଁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଖବର ନିକଟରେ ଏହି ଖବର କାଗଜରେ ପ୍ରକାଶ ପାଇଥିଲା। ଗ୍ରାମ ଦାଣ୍ଡକୁ ସଂପୂର୍ଣ୍ଣ କଂକ୍ରିଟ କରାଯିବା ପାଇଁ ଗ୍ରାମବାସୀ ପଞ୍ଚାୟତ ଓ ବ୍ଲକରେ ବାରମ୍ବାର ଜଣାଇ ବିଫଳ ହେବା ପରେ ଆଜି ଗ୍ରାମ ଦାଣ୍ଡରେ ଧାନ ତଳି ରୋପଣ କରି ପ୍ରତିବାଦ ଜଣାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories