www.samajalive.in
Monday, December 15, 2025
14.1 C
Bhubaneswar

ମିଳିତ ଅଭିଯୋଗ ଶୁଣାଣି ଶିବିର, କଡା ଚେତାଵନୀ ଦେଲେ ଜିଲ୍ଲାପାଳ

ପାଟଣା: ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ କେନ୍ଦୁଝର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମୁଦାୟ ୧୨୭ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ଅଧିକାଂଶ ଅଭିଯୋଗ ଗ୍ରାମୀଣ ଆବାସ, ଭତ୍ତା ଓ ଖାଉଟି କାର୍ଡ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଖବରରୁ ଜଣାଡିଛି। ତେବେ ଅଭିଯୋଗ ଶୁଣାଣି ପୂର୍ବରୁ ଜିଲ୍ଲାପାଳ ଓ ଭାରପ୍ରାପ୍ତ ସିଡିଓ ଗ୍ରାମୀଣ ଆବାସ ଯୋଜନା ଉପରେ କଡାକଡି ସମୀକ୍ଷା କରିବା ସହ ନିମ୍ନ ମାନର ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ଉପରେ ଭୀଷଣ ବର୍ଷିଥିଲେ। ଦୁର୍ବଳ ପ୍ରଦର୍ଶନ କରିଥିବା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଆଗାମୀ ସପ୍ତାହରେ ପ୍ରଦର୍ଶନରେ ଉନ୍ନତି ନହେଲେ ନିଲମ୍ବନ କରିବାକୁ ଚେତାବନୀ ଦେଇଥିବା ଜଣାପଡିଛି। ବିଶେଷ କରି ପଲାଣଘାଟି, ଚିନାମାଳିପଶି, ମୂଷାଖୋରି, ବାଉଁଶୁଳି, କେନ୍ଦେଇପଶି ଓ ଯମୁନାପଶି ଗ୍ରାମପଞ୍ଚାୟତ ଗୁଡିକରେ ନିମ୍ନ ମାନର ପ୍ରଦର୍ଶନ ପାଇଁ ଜିଲ୍ଲାପାଳ ବିଶାଳ ସିଂ, ପ୍ରାଧିକୃତ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ,ଡିଏମଏଫ କନିଷ୍ଠ ପ୍ରକଳ୍ପ ଯନ୍ତ୍ରୀ ଅଜୟ କୁମାର ଝା, ସୀତାକାନ୍ତ ବେଉରିଆ, ସସ୍ମିତା ହେମ୍ବ୍ରମ,ସମସ୍ତ କନିଷ୍ଠ ଯନ୍ତ୍ରୀ ରାମେଶ୍ୱର ମହନ୍ତ, ଲୋପାମୁଦ୍ରା ମହାନ୍ତ, ଅଭିଳାଷ ରାଜ, ନିର୍ବାହୀ ଅଧିକାରୀ ଦେବାଶିଷ ରାଉତ ଓ ଜୟନ୍ତୀ ମହାନ୍ତ ଏଡିଇଓଙ୍କୁ କଡ଼ା ତାଗିଦ କରିବା ସହ ପ୍ରଦର୍ଶନରେ ଉନ୍ନତି ନହେଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲେ। ପରେପରେ ଅଭିଯୋଗ ଶୁଣାଣି ଶିବିର ଯାଇ ୧୨୭ ଗୋଟି ଅଭିଯୋଗର ଯୁଗ୍ମ ଶୁଣାଣି କରିବା ସହ ପାଞ୍ଚ ଜଣ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ହୁଇଲ ଚେୟାର ବଣ୍ଟନ କରିଥିଲେ। ଏହି ଶିବିରରେ ଜିଲ୍ଲାପାଳଙ୍କ ବ୍ୟତୀତ ଆରକ୍ଷୀ ଅଧିକ୍ଷକ ନିତିନ କୁଳଶେଖର, ଭାରପ୍ରାପ୍ତ ସିଡିଓ ରବୀନ୍ଦ୍ର ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ କିଶୋର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ଯଦୁନାଥ ମହଲା, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ, ବିଡ଼ିଓ ଶିବ ଶଙ୍କର ମୁର୍ମୁ, ତହସିଲଦାର ଲୀଳାବତୀ ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧ ମାଝୀ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ଆଇଆଇସି ବିବତ୍ସ ପ୍ରଧାନ ଓ ଅନ୍ୟାନ୍ୟ ବ୍ଲକ ତଥା ଜିଲ୍ଲା ସ୍ତରୀୟ ବିଭାଗୀୟ ମୁଖ୍ୟମାନେ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories