www.samajalive.in
Sunday, December 14, 2025
19.1 C
Bhubaneswar

ଟ୍ରଲର ଧକ୍କାରେ ମା’-ପୁଅ ମୃତ, ପ୍ରତିବାଦରେ ରାସ୍ତା ଅବରୋଧ

କୁଚିଣ୍ଡା :  କୁଚିଣ୍ଡା ବ୍ଲକ କୁସୁମୀ ରାସ୍ତାର ଲଇଡାଗୁଣା ଛକ ନିକଟରେ ଏକ ଟ୍ରଲର ଧକ୍କାରେ ମା’-ପୁଅଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଘଟଣାର ପ୍ରତିବାଦରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିବାରୁ ସାମୟିକ ଭାବେ ରାସ୍ତା ବନ୍ଦ ରହିଥିଲା ।

ସମ୍ବଲପୁର ଜିଲ୍ଲା ତୁରେଇ ପଞ୍ଚାୟତ କୁର୍ମୁଲୋଇ ଗ୍ରାମର ସୁବାସିନୀ ନାୟକ ଓ ତାଙ୍କ ପୁଅ ସୁବ୍ରତ ନାୟକ ଏକ ବାଇକ ଯୋଗେ ସକାଳେ କୁଚିଣ୍ଡା ଆସୁଥିବା ବେଳେ  କୁଚିଣ୍ଡା – ମହୁଲପାଲି ସୀମାନ୍ତ  ଲାଇଡ଼ାଗୁଣା ଛକ ଠାରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରଲର ଧକ୍କା ଦେଇଥିଲା l ଏଥିରେ ମା ଓ ପୁଅଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା । ଏହି ଘଟଣା ପ୍ରଚାର ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତଦେହ ରଖି ପ୍ରାୟ ଏକ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ପରେ  କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା, ମହୁଲପାଲି ଥାନା ଅଧିକାରୀ ସୁମିତ ଫିରୋଜ ଏକ୍କା, କୁଚିଣ୍ଡା ତହସିଲଦାର ପ୍ରସନ୍ନ ଟେଟ, କୁସୁମୀ ଫାଣ୍ଡି ଅଧିକାରୀ ଏମଡି ଜାହାଙ୍ଗୀର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ।

- Advertisement -

ପରେ ଉଭୟ ମୃତକଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଲେଖାଏଁ ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ପ୍ରଦାନ ସହ ଏହି ରାସ୍ତାରେ ଦିନ ବେଳା ଭାରିଯାନ ଚଳାଚଳ ବନ୍ଦ ପାଇଁ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବାର ପ୍ରତିଶ୍ରୁତି ଦେବାରୁ ରାସ୍ତା ଅବରୋଧ ହଟିଥିଲା। ପରେ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ କୁଚିଣ୍ଡା ମେଡିକାଲକୁ ପଠାଇଛି।

ବିଳମ୍ବରେ ଘରକୁ ଆସୁଥିଲା, ତାଗିଦ କରିବାରୁ ମାଲିକାଣୀଙ୍କୁ ହତ୍ୟାକଲା ନାବାଳକ ଭଡାଟିଆ

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories