www.samajalive.in
Sunday, December 14, 2025
19.1 C
Bhubaneswar

ଶେ​‌ଷ ଯାତ୍ରାରେ ପଦ୍ମଶ୍ରୀ କମଳା ପୂଜାରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର

ସମାଜ ଡିଜିଟାଲ ଡେସ୍କ: ଶେ​‌ଷ ଯାତ୍ରାରେ ପଦ୍ମଶ୍ରୀ କମଳା ପୂଜାରୀ। ପଞ୍ଚଭୂତରେ ଲୀନ ହୋଇଛନ୍ତି ସ୍ଵର୍ଗତାଃ ପୂଜାରୀ। କୋରାପୁଟ ଜିଲାର ଜୟପୁର ବ୍ଲକ ଅନ୍ତଗର୍ତ ପାତ୍ରପୁଟ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ରବିବାର ପୂର୍ବାହ୍ନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ସଂସ୍କାର ପୂର୍ବରୁ ଗାଁ ଶ୍ମଶାନରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଥିଲେ।

ସ୍ଵର୍ଗତାଃ ପୂଜାରୀଙ୍କ ପାର୍ଥିବ ଶରୀର ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ। ଗତ ଶନିବାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)ରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

- Advertisement -

କୋରାପୁଟ ଜିଲା ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ କାଣ୍ଟିକିଗୁଡ଼ାରେ ୧୯୪୫ ମସିହାରେ ସ୍ଵର୍ଗତାଃ ପୂଜାରୀଙ୍କ ଜନ୍ମ। ସେ ଜୟପୁର ବ୍ଲକର ପାତ୍ରପୁଟ ଗ୍ରାମରେ ବିବାହ କରିଥିଲେ। ନିଜ ଜୀବନ କାଳରେ ସେ ଜୈବିକ କୃଷିକୁ ଆଗକୁ ନେବା ସହିତ ୧୦୦ରୁ ଅଧିକ ପ୍ରକାରର ଦେଶୀ ଧାନ ବିହନ ସଂରକ୍ଷଣ ଦିଗରେ ଅଭୂତପୂର୍ବ କାର୍ଯ୍ୟ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ୨୦୧୯ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହା ପୂର୍ବରୁ ୨୦୧୮ରେ ତତ୍କାଳୀନ ରାଜ୍ୟ ସରକାର ତାଙ୍କୁ ଯୋଜନା ବୋର୍ଡ ସଦସ୍ୟ ଭାବେ ମନୋନୀତ କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories