www.samajalive.in
Saturday, December 6, 2025
23.1 C
Bhubaneswar

ବିଶ୍ୱ ଐତିହ୍ୟ ସମିତିର ୪୬ତମ ଅଧିବେଶନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୭ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ବିଶ୍ୱ ଐତିହ୍ୟ ସମିତିର ୪୬ତମ ଅଧିବେଶନକୁ  ଉଦଘାଟନ କରିବେ। ଏହି ଅବସରରେ ଶ୍ରୀ ମୋଦୀ ସମାବେଶକୁ ସମ୍ବୋଧିତ କରିବେ। ଭାରତରେ ପ୍ରଥମ ଥର ପାଇଁ ବିଶ୍ୱ ଐତିହ୍ୟ ସମିତି ବୈଠକ ଆୟୋଜନ କରାଯାଉଛି ଯାହା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଶ୍ୱ ଐତିହ୍ୟ ସମିତି ବର୍ଷକୁ ଥରେ ବୈଠକ କରେ ଏବଂ ବିଶ୍ୱ ଐତିହ୍ୟ ବିଷୟରେ ସମସ୍ତ ମାମଲା ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା ସହ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହେବାକୁ ଥିବା ସ୍ଥାନଗୁଡିକ ଉପରେ ନିଷ୍ପତ୍ତି ନେଇଥାଏ। ଏହି ବୈଠକରେ ବିଶ୍ୱ ଐତିହ୍ୟ ତାଲିକାରେ ନୂତନ ସ୍ଥାନ ମନୋନୀତ ପ୍ରସ୍ତାବ, ୧୨୪ଟି ବିଦ୍ୟମାନ ବିଶ୍ୱ ଐତିହ୍ୟ ସମ୍ପତ୍ତିର ସଂରକ୍ଷଣ ରିପୋର୍ଟ ଏବଂ ବିଶ୍ୱ ଐତିହ୍ୟ ପାଣ୍ଠିର ଅନ୍ତର୍ଜାତୀୟ ସହାୟତା ଓ ଉପଯୋଗ ଉପରେ ଆଲୋଚନା ହେବ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories