www.samajalive.in
Sunday, December 7, 2025
14.1 C
Bhubaneswar

ଶାଗୁଆନ ଗଣ୍ଡି ଜବତ, ଦୁଇ ଅଭିଯୁକ୍ତ ଗିରଫ

ହରଭଙ୍ଗା : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ପୁରୁଣାକଟକ ରେଞ୍ଜ ବନବିଭାଗକୁ ବଡ ସଫଳତା। ରତନପୁର ଗାଁରେ ବନ ବିଭାଗ ଚଢ଼ାଉ କରି ୩ ଗୋଟି ଶାଗୁଆନ ଗଣ୍ଡି ସହିତ ଦୁଇ ଜଣ କରତିଆଙ୍କୁ ଗିରଫ କରିଛି। ସୂଚନା ଅନୁଯାଇ କୌଣସି ବିଶେଷ ସୂତ୍ରରୁ ଖବର ପାଇ ପୁରୁଣା କଟକ ରେଞ୍ଜ ଅଧିନସ୍ଥ ରତନପୁର ଗାଁରେ ଶାଗୁଆନ ଗଣ୍ଡି କଟା ଚାଲିଥିବା ନେଇ ବନ ବିଭାଗ ଚଢ଼ାଉ କରିଥିଲା । ଚଢ଼ାଉ କରି ୩ ଖଣ୍ଡ ଶାଗୁଆନ ଗଣ୍ଡି ସହିତ ବ୍ୟବହୃତ ଗୋଟିଏ ହାତ କରତ ଜବତ କରିବା ସହ ଏହି ଘଟଣାରେ ପୁରୁଣା କଟକ ଗାଁର କରୁଣା କହଁର ଓ କାର୍ତିକ କହଁର ଉଭୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଚଢ଼ାଉରେ ଏସିଏଫ ମିନାକ୍ଷୀ କୁମରା, ଅତରିକ୍ତ ତହସିଲଦାର ସମ୍ବିତ ସାମଲ, ପୁରୁଣାକଟକ ରେଞ୍ଜ ଅଫିସର ଜୟନ୍ତ କୁମାର ଦାଶ,ବନପାଳ ଚିତ୍ତରଞ୍ଜନ ପ୍ରଧାନ, ପୁଷ୍ପାଞ୍ଜଳି ମେହେର, ଗୋବର୍ଦ୍ଧନ ମେହେର, ବନରକ୍ଷୀ ବୀଣାପାଣି ଖଟୁଆ, ପିଙ୍କି ପ୍ରଧାନ ସମେତ ସ୍କ୍ୱାର୍ଡ ଟିମ ଓ ପୁରୁଣାକଟକ ପୋଲିସ ପ୍ରମୂଖ ସାମିଲ ଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories