www.samajalive.in
Monday, December 8, 2025
24.1 C
Bhubaneswar

କାଲିଠୁ ସଂସଦର ମୌସୁମୀ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଛି। ମୌସୁମୀ ଅଧିବେଶନ ସମୟରେ ସାଂସଦମାନେ ଯେପରି କାର୍ଯ୍ୟରେ କୌଣସି ପ୍ରକାର ବାଧା ସୃଷ୍ଟି ନ କରିବେ ସେଥିଲାଗି ସଂସଦୀୟ ଶିଷ୍ଟାଚାର ଉପରେ ଧ୍ୟାନ ନିବେଶ କରିବାକୁ କୁହାଯାଇଛି। ସର୍ବଦଳୀୟ ବୈଠକରେ କଂଗ୍ରେସ ତରଫରୁ ଗୌରବ ଗୋଗୋଇ ଏବଂ ପ୍ରମୋଦ ତିଓ୍ବାରୀ ସାମିଲ ହେବେ।

ବୈଠକ ପୂର୍ବରୁ ସାଂସଦମାନଙ୍କୁ କୁହାଯାଇଛି ଯେ, ଗୃହର ଅଧ୍ୟକ୍ଷଙ୍କ ନିଷ୍ପତ୍ତି ଉପରେ ଗୃହ ଭିତରେ କିମ୍ବା ବାହାରେ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପେ କୌଣସି ଆଲୋଚନା କରାଯିବା ଉଚିତ ନୁହେଁ। ଗୃହରେ କୌଣସି ସଦସ୍ୟ ବନ୍ଦେ ମାତରଂ ଏବଂ ଜୟ ହିନ୍ଦ ସ୍ଳୋଗାନ ଦେବେ ନାହିଁ। ଗୃହ ମଧ୍ୟଭାଗକୁ ଆସି ବିକ୍ଷୋଭ କରିବେ ନାହିଁ। ଜୁଲାଇ ୨୨ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ଆସନ୍ତା ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories