www.samajalive.in
Sunday, December 14, 2025
17.1 C
Bhubaneswar

ଗାଡ଼ିରେ ଫାଷ୍ଟଟ୍ୟାଗ୍ ଲାଗିନଥିଲେ ଦୁଇଗୁଣା ଟୋଲ୍ ଆଦାୟ କରିବ ଜାତୀୟ ରାଜପଥ କର୍ତ୍ତୃପକ୍ଷ

ଡେସ୍କ: ବିନା ଫାଷ୍ଟଟ୍ୟାଗରେ ଯେଉଁ ଗାଡ଼ିଗୁଡ଼ିକ ଟୋଲ୍ ଲେନ୍ ଭିତରକୁ ପ୍ରବେଶ କରିବ, ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ସେମାନଙ୍କ ଠାରୁ ଦୁଇଗୁଣା ଟୋଲ ଆଦାୟ କରାଯିବ। ଏକ ସରକାରୀ ବିବୃତି ଅନୁଯାୟୀ, ୱିଣ୍ଡସ୍କ୍ରିନରେ ଜାଣିଶୁଣି ଫାଷ୍ଟଟ୍ୟାଗ୍ ନ ଲଗାଇବା ଫଳରେ ଟୋଲ ପ୍ଲାଜାରେ ଅନାବଶ୍ୟକ ବିଳମ୍ବ ହେଉଛି, ଯାହାଫଳରେ ଜାତୀୟ ରାଜପଥ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମସ୍ତ ଉପଭୋକ୍ତା ଶୁଳ୍କ ଆଦାୟ କାରୀ ସଂସ୍ଥା ଏବଂ ରିହାତିଧାରୀମାନଙ୍କୁ ସମ୍ମୁଖ ଭାଗରେ ଫାଷ୍ଟଟ୍ୟାଗ୍ ନ ଲଗାଇଲେ ୨ ଗୁଣ ଉପଭୋକ୍ତା ଶୁଳ୍କ ଆଦାୟ କରିବାକୁ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଜାରି କରାଯାଇଛି। ଏହି ସୂଚନା ସମସ୍ତ ୟୁଜର ଫି ପ୍ଲାଜାରେ ମଧ୍ୟ ପ୍ରଦର୍ଶିତ ହେବ।

- Advertisement -

କେବଳ ସେତିକି ନୁହେଁ, ଫି ପ୍ଲାଜାରେ ଗାଡ଼ି ପଞ୍ଜୀକରଣ ନମ୍ବର ଥିବା ସିସିଟିଭି ଫୁଟେଜକୁ ଫାଷ୍ଟଟ୍ୟାଗ୍ ମାମଲାର ଯାଞ୍ଚ ନିମନ୍ତେ ବ୍ୟବହାର କରାଯିବ। ଏହା ଦ୍ୱାରା ଆଦାୟ କରାଯାଉଥିବା ଫି’ ଓ ଟୋଲ୍ ଲେନରେ ଗାଡ଼ିର ଉପସ୍ଥିତି ସମ୍ପର୍କରେ ଉପଯୁକ୍ତ ରେକର୍ଡ ରଖିବାରେ ସହାୟକ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories