www.samajalive.in
Monday, December 15, 2025
26.1 C
Bhubaneswar

ସମ୍ବଲପୁରରେ ୨୮୮.୬୧ କୋଟି ଟଙ୍କାର ଫ୍ଲାଏ ଓଭର ପ୍ରକଳ୍ପକୁ ମଞ୍ଜୁରି ଦେଲା ରେଳବାଇ

ଡେସ୍କ: ସମ୍ବଲପୁର ଷ୍ଟେସନରୁ ସମ୍ବଲପୁର ସିଟି ଷ୍ଟେସନକୁ ସଂଯୋଗ କରୁଥିବା ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ୨୮୮.୬୧ କୋଟି ଟଙ୍କା ମଞ୍ଜୁର କରିଛି। ପୂର୍ବତଟ ରେଳପଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୮.୧୦ କିଲୋମିଟର ଦୂରତା ବିଶିଷ୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ରେଳ ଚଳାଚଳକୁ ବୃଦ୍ଧି କରିବା ସହ ଜଙ୍କସନଗୁଡ଼ିକରେ ଭିଡ଼ ହ୍ରାସ କରିବ।

ଏହି ଫ୍ଲାଏ ଓଭର ସମ୍ବଲପୁରରେ ସବୁ ଦିଗରୁ ଏକାସାଙ୍ଗରେ ଟ୍ରେନ୍ ଚଳାଚଳକୁ ସୁଗମ କରିବା ସହ ଟିଟିଲାଗଡ଼, ଅନୁଗୁଳ ଏବଂ ଝାରସୁଗୁଡା ଅଭିମୁଖେ ଅସୁବିଧାମୁକ୍ତ ଚଳାଚଳକୁ ସୁନିଶ୍ଚିତ କରିବା ସହ କ୍ରସ୍ ଟ୍ରାଫିକ୍ ବିଳମ୍ବ ଓ ପରିଚାଳନାଗତ ଅସୁବିଧାକୁ ଦୂର କରିବ। ସେହି ଅଞ୍ଚଳରେ ଟ୍ରେନ୍ ଗୁଡ଼ିକର ହାରାହାରି ଗତି ଓ ଦକ୍ଷତା ମଧ୍ୟ ବୃଦ୍ଧି ପାଇବ।

- Advertisement -

ସୂଚନା ଅନୁଯାୟୀ, ଟ୍ରେନ୍ ଉପରେ ଫ୍ଲାଏ ଓଭର ନିର୍ମାଣ ହେଲେ ସମ୍ବଲପୁର ଏବଂ ସମ୍ବଲପୁର ସିଟି ଷ୍ଟେସନ ଓ ଆଖପାଖ ଷ୍ଟେସନରେ ଆଉ ଟ୍ରେନ୍ ଚଳାଚଳ ବନ୍ଦ ରହିବ ନାହିଁ, ଯାହା ଫଳରେ ଏହି ବ୍ୟସ୍ତବହୁଳ ଜଙ୍କସନକୁ ଆସୁଥିବା ଟ୍ରେନ୍ ଗୁଡ଼ିକର ଅପେକ୍ଷା ସମୟ ଯଥେଷ୍ଟ ହ୍ରାସ ପାଇବ। ଏହି ପ୍ରକଳ୍ପ ଦ୍ୱାରା ଟିଟିଲାଗଡ଼- ଝାରସୁଗୁଡ଼ା ଓ ଅନୁଗୁଳ ଦିଗରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ସହଜ ହେବ। ବର୍ତ୍ତମାନ ଝାରସୁଗୁଡ଼ା, ଟିଟିଲାଗଡ଼ ଓ ଅନୁଗୁଳ ଦିଗରୁ ସମ୍ବଲପୁର ଜଙ୍କସନ୍ ଓ ସମ୍ବଲପୁର ସିଟି ଷ୍ଟେସନରେ ଟ୍ରାଫିକ୍ ବିଳମ୍ବ ଘଟୁଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories