ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ସୋର ବ୍ଲକ କେଶରୀପୁର ପଂଚାୟତ ଜାମପଦା ଗାଁରେ ଭାଲୁ ଆତଙ୍କ। ରାତିରେ ବିଲକୁ ଚାଷ କାମ ଦେଖିବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହେଲେ ସମା ସିଂ। ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗାଁ ର ସମା ସିଂ ନାମକ ଜଣେ ବୃଦ୍ଧ ବ୍ୟକ୍ତି ମଙ୍ଗଳବାର ରାତିରେ ବିଲରେ ଫସଲ ଜଗି ଘରକୁ ଫେରୁଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସମା ଗୁରୁତର ହୋଇ ରାସ୍ତାରେ ପଡି ରହିଥିଲେ। ଆଜି କିଛି ସ୍ଥାନୀୟ ଲୋକ ସମା ରାସ୍ତାରେ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକ ପହଞ୍ଚି ଗୁରୁତର ଅବସ୍ଥାରେ ସମାଙ୍କୁ ସୋର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
Popular Categories



