www.samajalive.in
Monday, December 15, 2025
17.1 C
Bhubaneswar

ବର୍ଡର-ଗାଭାସ୍କର ଟ୍ରଫି ପ୍ରଦାନ ସମୟରେ ଅନୁପସ୍ଥିତ ରହିବେ ଗାଭାସ୍କର!

ସିଡନୀ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଟ୍ରଫି ବର୍ଡର-ଗାଭାସ୍କର ଟ୍ରଫି ଭାବେ ପରିଚିତ। ଇତିମଧ୍ୟରେ ୩ଟି ଟେ​‌ଷ୍ଟ ମ୍ୟାଚ୍‌ ଶେଷ ହୋଇଥିବା ବେଳେ ଭାରତ ୨-୧ରେ ଆଗୁଆ ରହିଛି। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ସିଡନୀ ଖେଳାଯିବ। ଏହି ମ୍ୟାଚ୍‌ର ଫଳାଫଳ ଯାହା ହେଉ ନା କାହିଁକି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପ୍ରଦାନ କରାଯିବ। ତେବେ ଟ୍ରଫି ପ୍ରଦାନ ସମୟରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଅନୁପସ୍ଥିତ ରହିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଗାଭାସ୍କର କହିଥିଲେ ଟ୍ରଫି ପ୍ରଦାନ ଉତ୍ସବରେ ଯୋଗ ଦେବାକୁ ତାଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ନିମନ୍ତ୍ରଣ କରାଯାଇ ନାହିଁ। ଗତବର୍ଷ ମେ’ରେ କ୍ରିକେଟ୍‌ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେମ୍‌ସ ସଦରଲ୍ୟାଣ୍ଡ ତାଙ୍କୁ ପତ୍ର ଲେଖି ବର୍ଡର-ଗାଭାସ୍କର ଟ୍ରଫି ପ୍ରଦାନ ସମୟରେ ଉପସ୍ଥିତ ରହିପାରିବେ କି ନାହିଁ ବୋଲି ଜାଣିବାକୁ ଚାହିଁଥିଲେ। ଏହାପର ଠାରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ତାଙ୍କ ସହ କୌଣସି ଯୋଗାଯୋଗ କରାଯାଇ ନାହିଁ। ଯଦି କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ତାଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରାଯାଏ ନାହିଁ ତେବେ ସେ ଟ୍ରଫି ପ୍ରଦାନ ଉତ୍ସବରେ ଉପସ୍ଥିତ ରହିବାର ପ୍ରଶ୍ନ ଉଠୁନାହିଁ। ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ ୧୯୯୬ରେ ଆରମ୍ଭ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories