www.samajalive.in
Monday, December 15, 2025
17.1 C
Bhubaneswar

ସ୍ମିଥ୍‌, ୱାର୍ଣ୍ଣରଙ୍କୁ ଆଉ ଏକ ସୁଯୋଗ ମିଳିବା ଉଚିତ୍‌ : ପେନ୍‌

ସିଡନୀ : ବଲ୍‌ ଟାମ୍ପରିଂ ମାମଲାରେ କ୍ରିକେଟ୍‌ରୁ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଓ ଉପଅଧିନାୟକ ଡେଭିଡ୍‌ ୱାର୍ଣ୍ଣରଙ୍କୁ ଆଉ ଏକ ସୁଯୋଗ ମିିିଳିବା ଉଚିତ୍‌ ବୋଲି ମତ ଦେଇଛନ୍ତି ଟେଷ୍ଟ ଦଳର ଅଧିନାୟକ ଟିମ୍‌ ପେନ୍‌।
ସ୍ମିଥ୍‌ ଏବଂ ୱାର୍ଣ୍ଣର ୧ବର୍ଷ ପାଇଁ କ୍ରିକେଟ୍‌ରୁ ବାସନ୍ଦ ହୋଇଥିବା ବେଳେ ସେମାନଙ୍କ ବାସନ୍ଦାଦେଶ ଆସନ୍ତା ମାର୍ଚ୍ଚରେ ଶେଷ ହେବାକୁ ଯାଉଛି। ବାସନ୍ଦାଦେଶ ଶେଷ ହେବା ପରେ ସ୍ମିଥ୍‌ ଏବଂ ୱାର୍ଣ୍ଣର ଜାତୀୟ ଦଳକୁ ଫେରିବେ ବୋଲି ଆଶା କରାଯାଉଥିବା ବେଳେ ଦଳକୁ ଫେରିଲେ ସେମାନଙ୍କୁ ସ୍ବାଗତ କରାଯିବ ବୋଲି ପେନ୍‌ କହିଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ପେନ୍‌ କହିଥିଲେ ସ୍ମିଥ୍‌ ଏବଂ ୱାର୍ଣ୍ଣର ଯେଉଁ ଭୁଲ୍‌ କରିଥିଲେ ତାହା ସେମାନେ ସ୍ବୀକାର କରି ଦଣ୍ଡ ଭୋଗୁଛନ୍ତି। ତେଣୁ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବାରେ କୌଣସି ଅସୁବିଧା ନାହିଁ। ଅଷ୍ଟ୍ରେଲିଆ ଦଳର ପ୍ରଶଂସକ ମଧ୍ୟ ପୁରୁଣା କଥାକୁ ଭୁଲି ଏହି ଦୁଇଜଣଙ୍କୁ ସମର୍ଥନ କରିବା ଉଚିତ୍‌। ସ୍ମିଥ୍‌ ଏବଂ ୱାର୍ଣ୍ଣର ଦକ୍ଷ ବ୍ୟାଟସମ୍ୟାନ୍‌ ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଏମାନେ ଜାତୀୟ ଦଳକୁ ଫେରିଲେ ଦଳ ମଜଭୁତ୍‌ ହେବ। ଆସନ୍ତା ମାର୍ଚ୍ଚରେ ସ୍ମିଥ୍‌ ଏବଂ ୱାର୍ଣ୍ଣରଙ୍କ ଉପରୁ ବାସନ୍ଦାଦେଶ ଉଠିବା ପରେ ଏହି ଦୁଇ ଖେଳାଳି ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ତରଫରୁ ପ୍ରତିନିଧିତ୍ବ କରିବାର ଆଶା ରହିଛି। ସୂଚନାଥାଉକି ବଲ୍‌ ଟାମ୍ପରିଂ ମାମଲାରେ ସ୍ମିଥ୍‌ ଏବଂ ୱାର୍ଣ୍ଣରଙ୍କ ବ୍ୟତୀତ ବାନ୍‌କ୍ରଫ୍ଟ ମଧ୍ୟ ବାସନ୍ଦ ହୋଇଥିଲେ। ୯ମାସ ପାଇଁ ବାସନ୍ଦ ହୋଇଥିବା ବାନକ୍ରଫ୍ଟଙ୍କ ଉପରୁ ବାସନ୍ଦାଦେଶ ହଟିବା ପରେ ସେ ବିଗ୍‌ବାସ ଲିଗ୍‌ରେ ଖେଳିବାକୁ ଯାଉଛନ୍ତି। ଏହି ୩ଜଣଙ୍କ ଅନୁପସ୍ଥିତି ଯୋଗୁଁ ଅଷ୍ଟ୍ରେଲିଆ ଦଳର ବ୍ୟାଟିଂ ଦୁର୍ବଳ ହୋଇପଡ଼ିଥିବା କୁହାଯାଉଛି। ଓପନ୍‌ର ଆରୋନ୍‌ ଫିଞ୍ଚ୍‌ ଟେଷ୍ଟ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରୁନଥିବା ବେଳେ ଉସମାନ୍‌ ଖ୍ବାଆଜା ମଧ୍ୟ ଆଶାନୁରୂପକ ପ୍ରଦର୍ଶନ କରୁନାହାନ୍ତି। ସେହିପରି ଟପ୍‌ଅର୍ଡରରେ ମାର୍କସ ହାରିସ୍‌ ମଧ୍ୟ ଏପର୍ଯ୍ୟନ୍ତ ଭଲ ସ୍କୋର କରି ପାରିନାହାନ୍ତି। ବାନକ୍ରଫ୍ଟ, ସ୍ମିଥ ଏବଂ ୱାର୍ଣ୍ଣର ଜାତୀୟ ଦଳକୁ ଫେରିଲେ ଦଳର ଶକ୍ତି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories