ଡୋନାଲ୍ଡ ଟ୍ରମ୍ପଙ୍କୁ ବଞ୍ଚାଇଦେଲେ ଶ୍ରୀଜଗନ୍ନାଥ: ଜାଣନ୍ତୁ କାହିଁକି ଏମିତି କହିଲେ ଇସ୍କନ ଉପାଧ୍ୟକ୍ଷ

ସମାଜ ଡିଜିଟାଲ ଡେସ୍କ: ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ପାର୍ଟିର ନେତା ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ ହେବା ପରେ ଏଥିରୁ ଅଳ୍ପକେ ରକ୍ଷା ପାଇଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ଜୀବନ ରକ୍ଷା ପରେ ଏକ ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଇସ୍କନ ଉପାଧ୍ୟକ୍ଷ । ସେ କହିଛନ୍ତି ଠିକ୍‍ ୪୮ବର୍ଷ ପୂର୍ବ ଟ୍ରମ୍ପ ଆମେରିକାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆଶାର କରିଣ ଭାବେ ଉଭା ହୋଇଥିଲେ । ବର୍ତ୍ତମାନ ଯେତେବେଳେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚାଲିଛି ସେତେବେଳେ ଭଗବାନ ଜଗନ୍ନାଥ ନିଜେ ଟ୍ରମ୍ପଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । ଇସ୍କନ ଉପାଧ୍ୟକ୍ଷ ରାଧାରମଣ ଦାସ କହିଛନ୍ତି ଯେ, ୧୯୭୬ମସିହା ଜୁଲାଇରେ ଯେତେବେଳେ ନ୍ୟୁୟର୍କରେ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଇସ୍କନ ପକ୍ଷରୁ ଏକ ବଡ ସ୍ଥାନ ଖୋଜା ଚାଲିଥିଲା । ସେତେବେଳେ ଡୋନାଲ୍ଡ ଟ୍ରମ୍ପ ନିଜର ଏକ ବଡ ଜାଗା ସେମାନଙ୍କୁ ଦେଇଥିଲେ । ସେଠାରେ ପ୍ରଭୁଙ୍କ ରଥ ନିର୍ମାଣ ହୋଇଥିଲା । ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ସଙ୍କଟରେ ପଡିଥିବା ବେଳେ ପ୍ରଭୁଙ୍କ ରଥଯାତ୍ରା ଚାଲିଥିବାରୁ ଜଗନ୍ନାଥ ହିଁ ତାଙ୍କ ଜୀବନ ବଞ୍ଚାଇ ଦେଇଥିବା ସେ କହିଛନ୍ତି । ଟ୍ରମ୍ପଙ୍କୁ ସେତେବେଳେ ମାତ୍ର ୩୦ବର୍ଷ ବୟସ ହୋଇଥିଲା, ଏବଂ ସେ ରିୟଲ ଇଷ୍ଟେଟ ବ୍ୟବସାୟ କରିବା ବେଳେ ନ୍ୟୁୟର୍କରେ ପ୍ରଥମ ଥର ରଥଯାତ୍ରା ଆୟୋଜନରେ ସାହାଯ୍ୟ କରିଥିଲେ।

Comments are closed.