www.samajalive.in
Saturday, December 6, 2025
17.1 C
Bhubaneswar

ରଥରେ ଚଢିଲେ ଅଣସେବାୟତ: ସିଂହଦ୍ୱାର ଥାନାରେ ଏତଲା, ହୋଇପାରେ କାର୍ଯ୍ୟାନୁଷ୍ଠାନ

ସମାଜ ଡିଜିଟାଲ ଡେସ୍କ: ରଥରେ ସେବାୟତ ବେଶରେ ଚଢିଥିଲେ ଅଣସେବାୟତ । ସେବାୟତ ବେଶରେ ରଥରେ ଚଢିଥିବାରୁ ଦୁଇ ଜଣଙ୍କ ନାଁରେ ଏତଲା ହୋଇଛି । ତାଳଧ୍ୱଜ ରଥରେ ଇଫକୋ ଅଧିକାରୀ ପ୍ରସନ୍ନ ବେଉରା ଓ ନନ୍ଦିଘୋଷ ରଥରେ ଦିଲ୍ଲୀ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ଅନିଲ ବରଖେଡି ଚଢିଥିବା ଜଣାପଡିଛି । ଅଣସେବାୟତ ବୋଲି ଜଣାପଡିବା ପରେ ରଥରୁ ଓହ୍ଲାଇ ଦେଇଥିଲା ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ ଉଭୟଙ୍କ ନାଁରେ ସିଂହଦ୍ୱାର ଥାନାରେ ଏତଲା ଦେଇଛି । ଅଣସେବାୟତ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ଏହି ଦୁଇଜଣ କିଭଳି ରଥରେ ଚଢିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ବାହୁଡା ଯାତ୍ରାରେ ଦର୍ପଦଳନ ରଥରେ ଜଣେ ଅଣସେବାୟତ ଚଢିଥିବାରୁ ତାହାକୁ ଚିହ୍ନଟ କରିଥିଲେ ମୁଖ୍ୟ ପ୍ରଶାସକ । ଏହାପରେ ତୁରନ୍ତ ତାଙ୍କୁ ରଥରୁ ଓହ୍ଲାଇ ଦେଇଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories