www.samajalive.in
Saturday, December 6, 2025
17.1 C
Bhubaneswar

କୃଷ୍ଣା ମହାନ୍ତି ପାଇଲେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର

ଭୁବନେଶ୍ବର : ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କୁ ୨୦୨୩ ବର୍ଷ ନିମନ୍ତେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର ପ୍ରଦାନ କରାଯାଇଛି। ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ଅନୁଗୋଳସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ କୃଷ୍ଣା ମହାନ୍ତି କହିଛନ୍ତି ଯେ,  ଆଜି ଗଣତନ୍ତ୍ର ବିପଦରେ। ଦଳିତ, ମହିଳା ସମସ୍ତେ ଅତ୍ୟାଚାରର ଶିକାର ହେଉଛନ୍ତି। ସରକାର ମଦ ପ୍ରସାର ନୀତି ଆପଣେଇଛନ୍ତି। ଆଉ ଏ ଦେଶ କର୍ପୋରେଟ ଓ ଭ୍ରଷ୍ଟ ନେତାଙ୍କ ଦଖଲରେ ଥିବାବେଳେ ଗାନ୍ଧୀ ପୁରସ୍କାର ମୋ ପାଇଁ ଏକ ଆହ୍ବାନ। ପୁରସ୍କାର ବାବଦରେ ତାଙ୍କୁ ଏକ ଲକ୍ଷ ଟଙ୍କାର ସମ୍ମାନ ରାଶି, ମାନପତ୍ର ତଥା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସହ ସେବାଗ୍ରାମ ଆଶ୍ରମରେ ପ୍ରାତଃଭ୍ରମଣରେ ଏକଦା ଯାଇଥିବାବେଳର ଏକ ତୈଳଚିତ୍ର ପ୍ରଦାନ କରାଯାଇଥିଲା। ସମ୍ମାନ ସମାରୋହରେ ଅଧ୍ୟକ୍ଷତା କରି ସର୍ବ ସେବା ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ କହିଲେ ଯେ, କୃଷ୍ଣା ଅପାଙ୍କୁ ଏହି ସମ୍ମାନ ପ୍ରଦାନ କରି ସମଗ୍ର ସର୍ବୋଦୟ ପରିବାର ସମ୍ମାନିତ ହୋଇଛି। ସର୍ବୋଦୟ ଆନ୍ଦୋଳନକୁ ଦେଶବ୍ୟାପୀ ବ୍ୟାପକ କରିବାରେ ତାଙ୍କ ପରିବାରର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବଡବାପା ଗୋପବନ୍ଧୁ ଚୌଧୁରୀ ସର୍ବସେବା ସଂଘର ପ୍ରତିଷ୍ଠାତା ସମ୍ପାଦକ, ବାପା ନବକୃଷ୍ଣ ଚୌଧୁରୀ, ବଡମା’ ରମାଦେବୀ, ମା’ ମାଳତୀ ଦେବୀ ସମସ୍ତେ ସର୍ବୋଦୟ ଆନ୍ଦୋଳନରେ ଜଡ଼ିତ ଥିଲେ। କୃଷ୍ଣା ଅପା ନିଜେ ସାଢେ ତିନି ବର୍ଷ ବୟସରେ ଇଂରେଜ ସରକାରରେ ଜେଲରେ ରହିଥିଲେ। ଏହି ସଭାରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ପଶ୍ଚିମ ଓଡିଶା କୃଷକ ସଂଗଠନର ଆବାହକ ଲିଙ୍ଗରାଜ, ନିୟମଗିରି ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି ପ୍ରମୁଖ ଦେଶର ଗଣତାନ୍ତ୍ରିକ ପରିସ୍ଥିତି ଓ ମହାତ୍ମା ଗାନ୍ଧୀ ଶୀର୍ଷକ ଆଲୋଚନାରେ ଭାଗ ନେଇଥିଲେ। ସର୍ବ ସେବା ସଂଘ ଆନ୍ଦୋଳନ ସମିତିର ସଂଯୋଜକ ଡାକ୍ତର ବିଶ୍ବଜିତ ସଭା ସଂଚାଳନ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories