ବିଜୟା, ଦେନା ଏବଂ ବ୍ୟାଙ୍କ ଅଫ ବରୋଦାର ତ୍ରିପକ୍ଷୀୟ ସମ୍ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବ୍ୟାଙ୍କ ଅଫ ବରୋଦା, ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ସମ୍ମିଶ୍ରଣ ଯୋଜନାକୁ ମଞ୍ଜୁରି ଦେଇଛନ୍ତି। ବ୍ୟାଙ୍କ ଅଫ ବରୋଦାକୁ ହସ୍ତାନ୍ତରିତ ଏବଂ ବିଜୟା ତଥା ଦେନା ବ୍ୟାଙ୍କକୁ ହସ୍ତାନ୍ତରକାରୀ ବ୍ୟାଙ୍କ ଭାବେ ନିଆଯାଇ ଏହି ସମ୍ମିଶ୍ରଣ କରାଯାଇଛି। ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ପ୍ରଥମ ଥର ଲାଗି ଏପରି ତ୍ରିପକ୍ଷୀୟ ବ୍ୟାଙ୍କ ସମ୍ମିଶ୍ରଣ ଢ଼ାଞ୍ଚା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ସମ୍ମିଶ୍ରଣ ହୋଇଥିବା ବ୍ୟାଙ୍କ ଭାରତର ଦ୍ୱିତୀୟ ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ଅଟେ। ସମ୍ମିଶ୍ରଣ ଫଳରେ ଉଚ୍ଚସ୍ତରୀୟ ଅର୍ଥବ୍ୟବସ୍ଥା ସହିତ ଏକ ଦୃଢ଼ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାସମ୍ପନ୍ନ ବ୍ୟାଙ୍କ ଗଠନ ହୋଇପାରିବ ଯାହା ବିସ୍ତୃତ ତାଳମେଳକୁ ବାସ୍ତବ ରୂପ ଦେଇପାରିବ। ନେଟୱାର୍କର ଲାଭ, କମ୍ ବ୍ୟୟ ବିଶିଷ୍ଟ ଜମା ଏବଂ ତିନୋଟି ବ୍ୟାଙ୍କର ସହାୟକ କମ୍ପାନୀଗୁଡ଼ିକ ନିକଟରେ ଉପଭୋକ୍ତା ଆଧାର, ବଜାର ପହଁଚ, ପରିଚାଳନା ଦକ୍ଷତା, ଉତ୍ପାଦ ଏବଂ ସେବାର ବ୍ୟାପକତା ଏବଂ ଉପଭୋକ୍ତାଙ୍କ ନିକଟରେ ଉନ୍ନତ ଗ୍ରହଣୀୟତାର ପର୍ଯ୍ୟାପ୍ତ ବୃଦ୍ଧି ପାଇଁ ସମ୍ମିଶ୍ରିତ ବ୍ୟାଙ୍କକୁ ଉପଯୁକ୍ତ ସ୍ଥିତି ପ୍ରଦାନ କରିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ତାଳମେଳ ପ୍ରତିଷ୍ଠା କରିବାର ସମ୍ଭାବନା ରହିଛି।
ଏହି ସମ୍ମିଶ୍ରଣ ପରେ ବ୍ୟାଙ୍କ ଉଦୀୟମାନ ଅର୍ଥବ୍ୟବସ୍ଥାର ଋଣ ଆବଶ୍ୟକତା ପୂରଣ କରିବା, ଆଘାତ ସହିବା ଏବଂ ସମ୍ବଳ ବୃଦ୍ଧି କରିବାର କ୍ଷମତାକୁ ପୂରଣ କରିବାରେ ଉତ୍ତମ ଭାବେ କ୍ଷମତାସମ୍ପନ୍ନ ହୋଇପାରିବ। ବ୍ୟାଙ୍କର ବ୍ୟବସାୟ ଆକାର ବୃଦ୍ଧି ପାଇବ ଏବଂ ବ୍ୟାପକତା, ଲାଭ, ବ୍ୟାପକ ଉତ୍ପାଦ ପ୍ରସ୍ତାବ, ପ୍ରଯୁକ୍ତିକୁ ଆପଣାଇବା ଏବଂ ଶ୍ରେଷ୍ଠ ପ୍ରଚଳନ ଦୃଷ୍ଟିରୁ ସୁଧାର ହେବ ଏବଂ ବ୍ୟାପକ ପହଁଚ ମାଧ୍ୟରେ ନିବେଶ କ୍ଷମତା, ସୁଧାରିତ ବିପଦ ପରିଚାଳନା ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ ହୋଇପାରିବ। ସମ୍ମିଶ୍ରଣ ଦ୍ୱାରା ବିଶ୍ୱସ୍ତରୀୟ ବ୍ୟାଙ୍କ ତୁଳନାରେ ବୃହତ ଆକାରର ବ୍ୟାଙ୍କ ଗଠନ ହେବ, ଯାହା ଭାରତ ଏବଂ ବିଶ୍ୱରେ କ୍ଷମତା ସମ୍ପନ୍ନ ହୋଇ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସକ୍ଷମ ହେବ। ପ୍ରତ୍ୟେକ ବ୍ୟାଙ୍କର ସ୍ଥିତ କମ ବ୍ୟୟ ସିଏଏସଏ ଜମାରେ ଦେନା ବ୍ୟାଙ୍କର ପ୍ରସାର, ବିଜୟ ବ୍ୟାଙ୍କର ଲାଭ ଏବଂ ପୁଞ୍ଜି ଉପଲବ୍ଧତା ଏବଂ ବ୍ୟାଙ୍କ ଅଫ ବରୋଦାର ବ୍ୟାପକତା, ବିଶ୍ୱସ୍ତରୀୟ ନେଟୱାର୍କ ଏବଂ ପ୍ରସ୍ତାବ ଦ୍ୱାରା ବଜାର ପହଁଚ, ପରିଚାଳନା କ୍ଷମତା ଏବଂ ବ୍ୟାପକ ଉତ୍ପାଦ ଏବଂ ସେବା ଦେବାର ସନ୍ଦର୍ଭରେ ଲାଭ ହେବ। ବ୍ୟାଙ୍କଗୁଡ଼ିକର ବିଲୟ ପରେ ପ୍ରତିଭାର ବ୍ୟାପକ ପୁଲ ମିଳିପାରିବ ଏବଂ ବଡ଼ ଡାଟା ବେସ ମିଳିବ। ଯାହାର ଲାଭ ଦ୍ରୁତଗତିରେ ଡିଜିଟାଲକରଣ ହେଉଥିବା ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ପ୍ରତିଦ୍ୱନ୍ଦ୍ୱୀ ଲାଭ ପାଇଁ ମିଳିପାରିବ। ବ୍ୟାପକ ପ୍ରସାର କାରଣରୁ ଲାଭରେ ପ୍ରବାହ ଆସିପାରିବ। ବିତରଣ ନେଟୱାର୍କ ବଢ଼ିବ ଏବଂ ସହାୟକ ସଂସ୍ଥାଗୁଡ଼ିକ ସହିତ ଉତ୍ପାଦ ଏବଂ ସେବା ଲାଗି ବିତରଣ ବ୍ୟୟ ମଧ୍ୟ ହ୍ରାସ ପାଇବ। ଦୃଢ଼ ନେଟୱାର୍କ ମାଧ୍ୟମରେ ବ୍ୟାପକ ବ୍ୟାଙ୍କିଙ୍ଗ ସେବା ପର୍ଯ୍ୟନ୍ତ ଜନସାଧାରଣ ପହଁଚିପାରିବେ। ସେମାନଙ୍କୁ ବିଭିନ୍ନ ପ୍ରକାରର ଉତ୍ପାଦ ସେବା ମିଳିବ ଏବଂ ସେମାନଙ୍କ ପାଇଁ ଋଣ ପ୍ରଦାନ ସହଜ ହେବ।