ରଙ୍ଗେଇଲୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଆଜି ଗୋପାଳପୁର ବିଧାୟକ ତଥା ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ବାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନିର୍ବାଚନ ପରେ ମନ୍ତ୍ରୀଙ୍କ ପକ୍ଷରୁ ବ୍ଲକ କାର୍ଯ୍ୟାଳୟକୁ ପ୍ରଥମ ଗସ୍ତ ହୋଇଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ପକ୍ଷରୁ ଅନୁଷ୍ଠିତ ସମିକ୍ଷା ବୈଠକରେ ହାତଗଣତି ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହିଥିବାରୁ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ଜନପ୍ରତିନିଧି ମାନଙ୍କ ବୈଠକରେ ଅନୁପସ୍ଥିତିକୁ ନେଇ ପଞ୍ଚାୟତ ଆଇନ ଅନୁସାରେ କାର୍ଯାନୁଷ୍ଠାନ ନେବାକୁ ବିଡିଓଙ୍କୁ ଜଣାଇଥିଲେ। ୨ ବର୍ଷ ଧରି କ’ଣ ପାଇଁ ସମିତି ବୈଠକ ଡକା ଯାଇନଥିଲା ନେଇ ପଚାରିବା ସହ ତୁରନ୍ତ ସମିତି ବୈଠକ ଡକାଯିବାକୁ ବିଡ଼ିଓଙ୍କୁ ତାଗିଦ୍ କରିଥିଲେ। ଏହା ସହ ରଙ୍ଗେଇଲୁଣ୍ଡା ବ୍ଲକକୁ ସରସ ସୁନ୍ଦର କରିବା ସହ ସମସ୍ତେ ଏକାଠି ହୋଇ ସରକାରୀ ଯୋଜନାକୁ କିପରି ଅଞ୍ଚଳରେ କାର୍ଯ୍ୟ କରିବା ସେନେଇ ମନ୍ତ୍ରୀ ନିଜର ବକ୍ତବ୍ୟରେ କହିବା ସହ ତଳସୁରରୁ ଉପରସ୍ତରର ଅଧିକାରୀମାନେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।

Comments are closed.