ଏହି ଉପାୟରେ ଶନିଙ୍କ ସାଢେସାତି ଦୂର ହୋଇ ମିଳିବ ଶୁଭଫଳ; ଏହି ରାଶି ନିଶ୍ଚୟ ଆପଣାନ୍ତୁ..
ଶନି ଦେବତାଙ୍କୁ କର୍ମଫଳ ଦାତା ଓ ନ୍ୟାୟର ଦେବତା ବୋଲି କୁହାଯାଏ । ଶନି ଅସନ୍ତୁଷ୍ଟ ହେଲେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ। ଏହାସହ ଶନିଙ୍କ ସାଢେସାତି ଓ ଦୈତ୍ୟ ମଧ୍ୟ କଷ୍ଟଦାୟକ ବୋଲି କୁହାଯାଏ । ଶନିଙ୍କ ଏହି ପ୍ରଭାବରୁ ରକ୍ଷା ପାଇଁ କିଛି ସରଳ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ।
କୁବେର ଯୋଗ; ୨୦୨୫ ପର୍ଯ୍ୟନ୍ତ ଏହି ୩ ରାଶିଙ୍କର ଚମକିବ ଭାଗ୍ୟ, ମିଳିବ ସଫଳତା,ଧନ..
ଶନିଙ୍କ ସାଢେସାତି ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ । ଯେଉଁ ମାନଙ୍କ ଜାତକରେ ଶନି ସାଢେସାତି ଚାଲିଥାଏ, ସେମାନଙ୍କୁ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଶନିଦେବଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରନ୍ତୁ । ଏହାଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ଏହାର ପ୍ରଭାବ ମଧ୍ୟ କମ୍ ହୋଇଥାଏ ।
ଶନିବାର ଦିନ ଶନି ଦେବଙ୍କ ସହ ପ୍ରଭୁ ହନୁମାନଙ୍କୁ ମଧ୍ୟ ପୂଜାର୍ଚ୍ଚନା କରନ୍ତୁ । ହନୁମାନ ଚାଳିଶା ପାଠ କରନ୍ତୁ ।
ଏହି ପ୍ରଭାବକୁ କମ୍ କରିବା ପାଇଁ ଶନିବାର ଦିନ ତମ୍ବା ଓ ରାଶି ତେଲ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
ଶନିବାର ଦିନ କିମ୍ବା ଯେକୌଣସି ଦିନ କଳା ପିମ୍ପୁଡିଙ୍କୁ ମହୁ ଓ ଚିନି ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି । ଶନି ସାଢେସାତି ପ୍ରଭାବ ମଧ୍ୟ କମ୍ ହୋଇଥାଏ।
ଏହି ସମୟରେ ମକର, କୁମ୍ଭ, ଓ ମୀନ ରାଶିରେ ଶନି ସାଢେସାତି ପ୍ରଭାବ ରହିଛି । ଶନିଙ୍କ କୃପା ପାଇବା ପାଇଁ ଏହି ରାଶି ବ୍ୟକ୍ତିବିଶେଷ ଏହି ସରଳ ଉପାୟରେ ଶନିଙ୍କ କୃପା ପାଇପାରିବେ ।
୭୨ ବର୍ଷ ପରେ ଶ୍ରାବଣରେ ଦୁର୍ଲ୍ଲଭ ଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ ହିଁ ଧନ,ଚାକିରି..
Comments are closed.