Patra electronics

ଆଶ୍ଚର୍ଯ୍ୟ କରିବ ଦେଖନ୍ତୁ ଭିଡିଓ ; ଗାଜର, ମୂଳା ଭଳି ଯୁବତୀ ଖାଇଲେ କଞ୍ଚା ସାପ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଜଣେ ଯୁବତୀ ସାପକୁ ଚୋବାଇ କରି ଖାଉଥିବା ନଜର ଆସୁଛନ୍ତି । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ମଧ୍ୟ ହୋଇଛନ୍ତି । କାରଣ ସାଧାରଣତଃ ସାପକୁ ଦେଖିବା ମାତ୍ରେ ଭୟ ଲାଗିଥାଏ । ମାତ୍ର କେତେକ ସ୍ଥାନରେ ସାପକୁ ମଧ୍ୟ ଲୋକେ ଖାଇ ଥାଆନ୍ତି । ବିଶେଷ କରି ଚୀନ ଓ ଭୀଏତନାମା ଭଳି ଦେଶରେ ।


ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଯୁବତୀ ଜଣକ ସାଲାଡ୍ ଓ ସବୁଜ ପନିପରିବା ସଜା ହୋଇଥିବା ଏକ ପ୍ଲେଟ୍ ସାମ୍ନାରେ ସାପ ମାନଙ୍କ ସହ ଦେଖାଯାଇଛନ୍ତି । ଖୁବ୍ ଉତ୍ସାହର ସହ ସେ ଏକ ସାପକୁ ଧରି ଏହାକୁ କଞ୍ଚା ଖାଇବାକୁ ଆରମ୍ଭ କରୁଛନ୍ତି । ଯେପରି ଗାଜର ଓ ମୂଳା ଭଳି ।

ଭିଡିଓକୁ ଦେଖି ଲୋକେ ଆଶ୍ଚର୍ଯ୍ୟଚକିତ ହେବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇ କହିଛନ୍ତି, ଭଲ ହୋଇଛି ଭାରତରେ ଜନ୍ମ ହୋଇଛି । ଅନ୍ୟ କେତେକ ଜଣ କହିଛନ୍ତି ଚୀନ ଲୋକେ ସନ୍ତୁଷ୍ଟ ହେବା ପାଇଁ କି କି ଜିନିଷ ଖାଇବେ? ଖାଦ୍ୟପେୟର ଏଭଳି ଅଭ୍ୟାସ ପାଇଁ ଦୁନିଆରେ ନୂଆ ନୂଆ ଭୂତାଣୁ ଆସୁଛନ୍ତି । ଲୋକେ ଏହି ଭିଡିଓକୁ ଦେଖି ଚିନ୍ତା ମଧ୍ୟ ପ୍ରକଟ କରିଛନ୍ତି । ଭିଡିଓଟିକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି । ସାପ ପ୍ରତି ମଧ୍ୟ ଦୟା ଭାବ ପ୍ରଦର୍ଶନ କରିଛନ୍ତି ।

ଦୁନିଆର ସବୁଠାରୁ ମହଙ୍ଗା ଖାଦ୍ୟ; ସୁନାରେ ହୁଏ ତିଆରି, ଦାମ୍ ଲକ୍ଷ ଲକ୍ଷ ଟଙ୍କା..

Comments are closed.