www.samajalive.in
Sunday, December 14, 2025
19.1 C
Bhubaneswar

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇଲା ଓଡ଼ିଆ ଚଳଚ୍ଚିତ୍ର ନିର୍ଦେଶକ ସଂଘ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଆ ଫିଲ୍ମ ଏବଂ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନ (ଓଡ଼ିଆ ଚଳଚ୍ଚିତ୍ର ଏବଂ ଟେଲିଭିଜନ ନିର୍ଦେଶକ ସଂଘ) ପକ୍ଷରୁ ଚଳିତ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କୁ ସେବା ଯୋଗାଇ ଦିଆଯାଇଛି। ସଂଘ ପକ୍ଷରୁ ପବିତ୍ର ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କୁ ଘୋଳଦହି, ପାନୀୟଜଳ ଓ ଛତା ବଣ୍ଟନ କରାଯାଇଥିଲା।

ପୁରୀ ବଡଦାଣ୍ଡର ମାଉସୀମା ମନ୍ଦିର ସାମ୍ନାରେ ସଂଘ ସଦସ୍ୟମାନେ ଉପସ୍ଥିତ ରହି ଏହି ସେବା କରିଥିଲେ। ସଂଗଠନ ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ତତ୍ତ୍ବାବଧାନରେ ସହସଭାପତି ବବି ଇସଲାମ, ସାଧାରଣ ସଂପାଦକ ତାପସ ସରଘରିଆଙ୍କ ସମେତ ରଂଜନ ମିଶ୍ର, ଶକ୍ତି ବରାଳ, ଦିଲୀପ ପଣ୍ଡା, ରମେଶ ରାଉତ, ଅମରେଶ ପତି, ତିରୁପତି ସାହୁ, ଶିବପ୍ରସାଦ ମହାନ୍ତି, ସରୋଜ ମହାପାତ୍ର ଏବଂ କୁମାର ଚଡ ଗଂଗଦେବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସେବା କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଥିଲେ ଓଡ଼ିଶା କୋଲ୍ ଆଣ୍ଡ ପାଓ୍ବାର ଲିମିଟେଡ, ମଦର୍ସ, ଆର୍ଟ ଅଫ ଗିଭିଂ, ଅନ୍ବନେୟ ମିଡିଆ, ବିଜୟ କାଣ୍ଡୋଈ, ନିରଂଜନ ନାୟକ ଓ ବରିଷ୍ଠ ଚଳଚ୍ଚିତ୍ର ନିର୍ଦେଶକ ହିମାଂଶୁଖଟୁଆ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories