www.samajalive.in
Friday, December 5, 2025
26.1 C
Bhubaneswar

ରିଲ୍ସ କରୁଥିଲେ ବୁଡିଗଲେ: ନିଖୋଜ ଯୁବକଙ୍କୁ ଖୋଜୁଛି ରୋବଟ୍‍

ଖୋର୍ଦ୍ଧା : ତାପଙ୍ଗ ଖଣିରେ ୪ଦିନ ହେଲାଣି ନିଖୋଜ ଅଛନ୍ତି ଜଣେ ଯୁବକ । ନିଖୋଜ ଯୁବକଙ୍କୁ ଠାବ ପାଇଁ ଚାଲିଛି ଜୋରଦାର ପ୍ରୟାସ । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଓଡ଼୍ରାଫ୍‍ , ନାଭାଲ ଟିମ୍‍ ସହ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବା ବେଳେ ଏବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ରାଉରକେଲା ଏନଆଇଟିର ସ୍ୱତନ୍ତ୍ର ରୋବଟ୍‍ । ଗତ ସୋମବାର ଦିନ (ଜୁଲାଇ ୮) ତାପଙ୍ଗରେ ରିଲ୍ସ କରିବା ବେଳେ ଖସିପଡିଥିଲେ ସଂପୃକ୍ତ ଯୁବକ । ଛାତ୍ରଙ୍କ ନାମ ହେଲା ଓମ୍‍ ପ୍ରକାଶ ରଥ । ୪ଦିନ ହେଲାଣି ଯୁବକଙ୍କ ପତ୍ତା ମିଳିନଥିବାରୁ ଏନଆଇଟିର ଟିମ୍‍ ରୋବଟ୍‍ ଜରିଆରେ ଠାବ କରିବାକୁ ପ୍ରୟାସ କରାଯାଉଛି । ଏହି ରୋବର୍ଟ ପାଣି ଭିତରେ ଥିବା କିଛି ବି ଜିନିଷକୁ ଠାବ କରିବାରେ ସହାୟକ ହେବ ବୋଲି କୁହାଯାଉଛି । ପାଣି ଭିତରେ ରୋବଟ୍‍ କିଛି ଠାବ କରିବା ପରେ ସାଙ୍ଗେ ସାଙ୍ଗେ ସିଷ୍ଟମରେ ଲାଇଭ୍‍ ଦେଖାଯିବ ବୋଲି ଏନଆଇଟି ଛାତ୍ର କହିଛନ୍ତି ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories