www.samajalive.in
Friday, December 5, 2025
26.1 C
Bhubaneswar

ଲା-ଲିଗା ଅନ୍ତର୍ଜାତୀୟ ୟୁଥ୍‌ ଫୁଟବଲ ଚମ୍ପିଆନସିପ୍‌: ଭାଗନେବେ ଓଡ଼ିଶାରୁ ୩ ଖେଳାଳି

କଟକ : ମାଲେସିଆର କ୍ବାଲାଲମ୍ପୁରରେ ଚଳିତ ଜୁଲାଇ ୧୨ରୁ ୧୫ ପର୍ଯ୍ୟନ୍ତ ଲା ଲିଗା ଅନ୍ତର୍ଜାତୀୟ ୟୁଥ୍‌ ଫୁଟବଲ ଚମ୍ପିଆନସିପ୍‌ ଆୟୋଜିତ ହେବ। ଏଥିରେ ଭାରତରୁ ପ୍ରୋଇଣ୍ଡିଆ ଲା-ଲିଗା ଦଳ ଅଂଶଗ୍ରହଣ କରିବ। ଲା ଲିଗା ପ୍ରୋଇଣ୍ଡିଆ ଦଳରେ ଭୁବନେଶ୍ବର ଓଡିଏମ୍‌ ଗ୍ଲୋବାଲ ସ୍କୁଲ ଛାତ୍ର ଶ୍ରୀଜଲ କିସ୍କୁ, ଆୟୁଷ ଗୋପେ ଓ ପ୍ରିତମ ଟୁଡୁ ସ୍ଥାନ ପାଇଛନ୍ତି। ଓଡିଏମ୍‌ ଗ୍ଲୋବାଲ ସ୍କୁଲ କ୍ରୀଡ଼ା ବୃତ୍ତି ଯୋଜନାରେ ୩ଜଣ ଛାତ୍ର ଲା -ଲିଗା ପ୍ରୋଇଣ୍ଡିଆ ଦଳରେ ସ୍ଥାନ ପାଇଛନ୍ତି। ଶ୍ରୀଜଲ ୬ଷ୍ଠ, ଆୟୁଷ ସପ୍ତମ ଓ ପ୍ରିତମ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଉକ୍ତ ୩ ଖେଳାଳି ମୁମ୍ବଇରେ ଆୟୋଜିତ ଜାତୀୟ ଲା ଲିଗା ଚମ୍ପିଆନସିପରେ ଅଂଶଗ୍ରହଣ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଫଳରେ ଲା -ଲିଗା ପ୍ରୋଇଣ୍ଡିଆ ଦଳ ପକ୍ଷରୁ ଖେଳିବାର ସୁଯୋଗ ପାଇଛନ୍ତି। ସୁନ୍ଦରଗଡ଼ର ଶ୍ରୀଜଲ, ଆୟୁଷ ଓ ପ୍ରିତମ ଫୁଟବଲ ପ୍ରଶିକ୍ଷକ ଜୟଦେବ ମହାପାତ୍ରଙ୍କଠାରୁ ପ୍ରଶିକ୍ଷଣ ପାଇ ଆଗକୁ ବଢିଛନ୍ତି।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories