www.samajalive.in
Saturday, December 6, 2025
16.1 C
Bhubaneswar

ଜାପାନରେ ଗାଡି ଚଳାଇବେ ଓଡିଶା ଚାଳକ: ସାରା ଦେଶରେ ପ୍ରଥମ

ଭୁବନେଶ୍ଵର: ଜାପାନ ଯିବେ ଓଡିଶା ଡ୍ରାଇଭର।  ପ୍ରଥମଥର ପାଇଁ ରାଜ୍ୟରୁ ବଛା ବଛା ଭାରୀଯାନ ଚାଳକ ଜାପାନ ଯିବେ। ସେଠାରେ ସେମାନଙ୍କୁ ଉଚ୍ଚ ବେତନ ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଜଣ ଚାଳକଙ୍କୁ ଚୟନ କରାଯାଇଛି। ତେବେ ସମସ୍ତ ଚାଳକଙ୍କୁ ବେଙ୍ଗାଲୁରୁରେ ପ୍ରଶିକ୍ଷଣ ଦିଆଯିବା ପରେ ଜାପାନ ପଠାଯିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜଣଙ୍କ ପିଛା ୨.୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।  ଆହୁରି ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ , ପୂର୍ବରୁ ଚାଳକଙ୍କ ପାଇଁ ରାଜ୍ୟ ତଥା ଦେଶ ମଧ୍ୟରେ ଅନେକ ପ୍ରତିଷ୍ଠିତ କମ୍ପାନୀ ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଆଉ ଦୁଇ ପାଦ ଆଗକୁ ଯାଇ ବିଦେଶରେ ମଧ୍ୟ ଓଡିଶାର ସୁବାହକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରାଯାଇଛି। ଏବଂ ଏଭଳି ଅଭିନବ ସୁଯୋଗ ସୃଷ୍ଟି କରିବାରେ ଓଡିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ। ଏ ନେଇ ବୁଧବାର ଖାରବେଳଭବନ ଠାରେ ଅନୁଷ୍ଠିତ ସ୍ଵତନ୍ତ୍ର ଉତ୍ସବରେ ୩୦ଜଣ ଚାଳକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ବାରିଜ୍ୟ ଓ ପରିବହନ ମନ୍ତ୍ରୀ  ବିଭୂତି ଭୂଷଣ ଜେନା ଚାଳକ ମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories