www.samajalive.in
Saturday, December 13, 2025
23.1 C
Bhubaneswar

ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷା ଦେଲେ ୩୦୮ ପରୀକ୍ଷାର୍ଥୀ

ରେଙ୍ଗାଲିକ୍ୟାମ୍ପ : ଆଜି ସମ୍ପନ୍ନ  ହୋଇଯାଇଛି ପଠାଣି ସାମନ୍ତ  ଗଣିତ ମେଧା  ବୃତ୍ତି ପରୀକ୍ଷା । ଅତାବିରା ବ୍ଲକରେ ଦୁଇଟି ପରୀକ୍ଷାକେନ୍ଦ୍ରରେ ଚଳିତ ଶିକ୍ଷା ବର୍ଷ ପାଇଁ ଷଷ୍ଠ  ଓ ନବମ ଉଭୟ ଶ୍ରେଣୀର ୩୦୮ ଜଣ ଛାତ୍ରଛାତ୍ରୀ ଏହି  ପରୀକ୍ଷା ଦେଇଥିବା ଜଣାପଡ଼ିଛି।  ଅତାବିରା ଉଚ୍ଚ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ ଷଷ୍ଠ ଶ୍ରେଣୀର ୭୨ ଜଣ ପରୀକ୍ଷା ଦେଇଥିବା ବେଳେ ୩୪ ଜଣ ଅନୁପସ୍ଥିତ ରହିଥିଲେ ଓ ନବମ ଶ୍ରେଣୀର  ୭୦ ଜଣ ପରୀକ୍ଷା ଦେଇଥିବାବେଳେ  ୧୧ ଜଣ ଅନୁପସ୍ଥିତ ଥିଲେ  । ଠିକ୍ ସେହିପରି  ସରକାରୀ  ଉଚ୍ଚ ବାଳିକା ବିଦ୍ୟାଳୟ ପରୀକ୍ଷା  କେନ୍ଦ୍ରରେ ଷଷ୍ଠ ଶ୍ରେଣୀର  ୬୪ ଜଣ ପରୀକ୍ଷା ଦେଇଥିବାବେଳେ  ୫ ଅନୁପସ୍ଥିତ ରହିଥିଲେ ଓ  ନବମ  ଶ୍ରେଣୀର ୧୦୨ ଜଣ ପରୀକ୍ଷା ଦେଇଥିବା ବେଳେ ୫ ଜଣ ଅନୁପସ୍ଥିତ ଥିଲେ । ଉଭୟ କେନ୍ଦ୍ରରେ ମୋଟ  ୩୦୮ ଜଣ ପରୀକ୍ଷା ଦେଇଥିଲେ । ସୁପରିଟେଣ୍ଡେଣ୍ଟ  ଭାବେ ଉଭୟ ପରୀକ୍ଷାକେନ୍ଦ୍ରର  ପ୍ରଧାନଶିକ୍ଷକ  ମନୋଜ ହରପାଲ ଓ  ସୁରେନ୍ଦ୍ର ବେହେରା ଦାୟିତ୍ଵ ତୁଲାଇଥିଲେ । ଶିକ୍ଷୟତ୍ରୀ ପଦ୍ମାଳୟା ଭୋଇ, ସୁପ୍ରଭା ସାହୁ, ଅଂଶୁମାଳା ମିଶ୍ର,  ଗୀତାଞ୍ଜଳି ବେହେରା, ବିନୋଦିନୀ ଭୋଇ, ପ୍ରତିମା ପ୍ରଧାନ, ରଜନୀ ଭୁଏ ପ୍ରମୁଖ ସହଯୋଗ କରିଥିଲେ । ଉଭୟ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ଭାବେ ଏହି ପରୀକ୍ଷା ଶେଷ ହୋଇଥିବା  ଜଣାପଡିଛି ।

ଟ୍ରକରେ ନିଆଁ, ଅଳ୍ପକେ ରକ୍ଷା ପାଇଲେ ଚାଳକ

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories