www.samajalive.in
Saturday, December 6, 2025
14.1 C
Bhubaneswar

ଟ୍ରକ୍ ଡ୍ରାଇଭରଙ୍କଠାରୁ ମୋବାଇଲ୍ ଲୁଟ୍: ୪ ଗିରଫ

ବୁର୍ଲା : ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଅଞ୍ଚଳରେ ଟ୍ରକ୍ ଡ୍ରାଇଭର ମାନଙ୍କ ଠାରୁ ମୋବାଇଲ୍ ଲୁଟି ଚାରି ଗିରଫ। ଦୁଇ ଟ୍ରକ୍ ଚାଳକଙ୍କ ଠାରୁ ମୋବାଇଲ ଲୁଟି ନେଇଥିବା ଚାରିଜଣ ଲୁଟେରାଙ୍କୁ ପୁଲିସ କାବୁ କରିଛି। ଅଭିଯୁକ୍ତମାନେ ହେଲେ କଳପଡ଼ାର ମୁରଲୀ ମହାନନ୍ଦ , କଦମ ପଡ଼ାର ରାକେଶ ନାଗ , ବୁର୍ଲା ସଦେଇପାଲି ଗାଁର ଲୁଲୁ ଦାସ ଏବଂ ବୁର୍ଲା ବଲେରପଡ଼ାର ବିଜୟ ନାୟକ ବୋଲି ଜଣାପଡିଛି। ବିହାର ଜମୁଇ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଦିଘି ଗାଁର ଜଣେ ଟ୍ରକ୍ ଚାଳକ ବିକ୍ରମ କୁମାର ପାଶୱାନଙ୍କ ଠାରୁ ମୋବାଇଲ ଲୁଟ କରିଥିଲେ। ସେହିଦିନ ପୁଣି ଅନ୍ୟ ଜଣେ ଟ୍ରକ୍ ଚାଳକ ଝାରଖଣ୍ଡ ର ସୁରେଶ କୁମାର ଯାଦବ ତାଙ୍କ ଟ୍ରକ୍ ବାବା ଢ଼ାବା ନିକଟରେ ଛିଡା ହୋଇଥିଲା। ସେହି ସମୟରେ ଲୁଟେରା ଲୁଲୁ ଦାସ ଏବଂ ରାକେଶ ନାଗ ପୁଣି ସୁରେଶଙ୍କ ଠାରୁ ମୋବାଇଲ ଲୁଟ କରି ଫେରାର ମାରିଥିଲେ। ଥାନାରେ ଦୁଇଟି ମାମଲା ରୁଜୁ ହେବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଚାରିଜଣ ଲୁଟରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୁର୍ଲା ଥାନାଧିକାରୀ ସୁନିଲ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories