ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ବୈଠକରେ ରତ୍ନଭଣ୍ଡାର ଖୋଲାଯିବା ନେଇ ବିସ୍ତୃତ ଆଲୋଚନା କରାଯିବ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ପୁରୀ ନୀଳାଦ୍ରୀ ଭକ୍ତ ନିବାସରେ ଏହି ବୈଠକ ଅନୁଷ୍ଠିତ ହେବ। ମଙ୍ଗଳବାର ଜଷ୍ଟିସ୍ ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବାକୁ ତଦାରଖ କମିଟି ପ୍ରସ୍ତାବ ରଖିଛି। ସରକାରଙ୍କ ଅନୁମତି ମିଳିବା ପରେ ରତ୍ନଭଣ୍ଡାର ଖୋଲାଯିବ। ଚାବିରେ ରତ୍ନଭଣ୍ଡାର ତାଲା ନ ଖୋଲିଲେ, ତାଲା ଭାଙ୍ଗି ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ବି ହୋଇଛି। ସେପଟେ ରତ୍ନଭଣ୍ଡାର ଖୋଳିବା ନେଇ ଆଇନ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରେ କହିଛନ୍ତି ତଦାରଖ କମିଟି ପରିଚାଳନା କମିଟିକୁ ପ୍ରସ୍ତାବ ପଠାଇଛି। କମିଟି ସରକାରଙ୍କୁ ଜଣାଇବା ପରେ ନିଷ୍ପତ୍ତି ନିଆଯିବ।
Popular Categories



