ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଭୟଙ୍କର ବସ୍ ଦୁର୍ଘଟଣା। ୧୮ ଯାତ୍ରୀଙ୍କ ମୃତ୍ୟୁ ୩୦ ଗୁରୁତର। ଉତ୍ତରପ୍ରଦେଶର ଉନ୍ନାବରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ଭୋର ସମୟରେ ଆଗ୍ରା-ଲକ୍ଷ୍ମୌ ଜାତୀୟ ରାଜପଥରେ ଏକ ଟ୍ୟାଙ୍କର ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ବସ୍ଟି ବହୁ ଥର ଓଲଟିବା ସହ ଦୁଇ ଫାଳ ହୋଇ ଯାଇଛି। ଘଟଣାସ୍ଥଳରେ ୧୮ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ୩୦ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ନୌ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍ଟି ବିହାରର ସୀତାମଡ଼ିରୁ ଦିଲ୍ଲୀ ଅଭିମୁଖେ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣା ଯୋଗୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବନ୍ଦ ହୋଇ ଯାଇଥିଲା। ତୁରନ୍ତ ରାସ୍ତା ସଫା କରିବା ପରେ ଯାନବାହନ ଚଳାଚଳ ସ୍ଵାଭାବିକ ହୋଇଛି।
Popular Categories



