www.samajalive.in
Saturday, December 6, 2025
14.1 C
Bhubaneswar

ଆସନ୍ତା ୧୪ରେ ରାଞ୍ଚିରୁ ନନ୍ଦନକାନନ ଆସିବେ କଳା ବାଘ ସହ ୨୧ ଜନ୍ତୁ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବିଶ୍ବସ୍ତରୀୟ ଚିଡ଼ିଆଖାନାରେ ପରିଣତ କରିବା ଲକ୍ଷ୍ୟନେଇ ଆରମ୍ଭ ହୋଇଛି ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା। ଏହି ପରିପେକ୍ଷୀରେ ନନ୍ଦନକାନନରୁ ମଙ୍ଗଳବାର ପୂର୍ବାହ୍ଣରେ ୭ ପ୍ରଜାତିର ୫୩ ଜୀବଜନ୍ତୁଙ୍କୁ ରାଞ୍ଚିର ଭଗବାନ ବିର୍ସା ଜୀବ ଉଦ୍ୟାନକୁ ପଠାଯାଇଛି। ସେହିପରି ସେଠାରୁ କଳା ଲୋମଯୁକ୍ତ ବାଘ ନନ୍ଦନକାନନକୁ ଆସିବ। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ନନ୍ଦନକାନନ କର୍ତ୍ତୃପକ୍ଷ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଗୋଟିଏ ମାଈ ଧଳାବାଘ, ୪ ଗୁରାଣ୍ଡି , ୪ ଶାଳିଆପାତିନି , ୨ ଭାରତୀୟ କୋକିଶିଆଳି , ୨ ଧୂସର ଦଦରାହନା ପକ୍ଷୀ , ୨୦ ଅନ୍ଧାରୀ ବଗ , ୨୦ ବାଜେଣୀ ପକ୍ଷୀ ସେଠାକୁ ପଠାଇଛନ୍ତି। ଏହି ୫୩ ଜନ୍ତୁ ନେବା ପାଇଁ ରାଞ୍ଚି ଚିଡ଼ିଆଖାନାର ବନପ୍ରାଣୀ ଚିକିତ୍ସକ, ବନପାଳ, ବନରକ୍ଷୀ ଓ ଜନ୍ତୁ ରକ୍ଷକଙ୍କ ସମେତ ଏକ ଦଳ ୭ଦିନ ପୂର୍ବେ ନନ୍ଦନକାନନରେ ପହଞ୍ଚିଥିଲେ।
କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଚିଠି ନନ୍ଦନକାନନରେ ବିଳମ୍ବରେ ପହଞ୍ଚିବା ପରେ ସୋମବାର ବିଭିନ୍ନ ଜୁଆଡ଼ରୁ ଜନ୍ତୁଙ୍କୁ କାବୁ କରାଯାଇ ଦୁଇଟି ଟ୍ରକ ଯୋଗେ ପଠାଇଛନ୍ତି। ଏମାନଙ୍କ ପ୍ରତି ବଦଳରେ ସେଠାରୁ ଗୋଟିଏ ମାଈ କଳା ଲୋମଯୁକ୍ତ ବାଘ, ଗୋଟିଏ ମାଈ ସାଧାରଣ ବାଘ , ୪ ହେଟାବାଘ , ୧୦ ଭାରତୀୟ ଝିଙ୍କ , ୫ ନୀଳଗାଈ  ନନ୍ଦନକାନନ ଆସିବେ। ସେଠାରୁ ଜନ୍ତୁ ଆଣିବା ପାଇଁ ନନ୍ଦନକାନନର ଜନ୍ତା ବନାଞ୍ଚଳ (ରେଞ୍ଜର) ନୂତନ କୁମାର ହେମ୍ରମଙ୍କ ନେତୃତ୍ବରେ ପ୍ରାଣୀଉଦ୍ୟାନ ଚିକିତ୍ସକ ଡ. ସନ୍ତୋଷ କୁମାର ଗୁପ୍ତା, ଫରେଷ୍ଟ ଗାର୍ଡ ପ୍ରତାପ କୁମାର ଖୁଣ୍ଟିଆ, ଜନ୍ତୁ ରକ୍ଷକ ପ୍ରଫୁଲ ବାଗ୍‌ଙ୍କ ସମେତ ୯ ଜଣିଆ ଦଳ ରାଞ୍ଚି ଯାତ୍ରା କରିଛନ୍ତି। ସେଠାରୁ ଆସନ୍ତା ୧୪ରେ ଜନ୍ତୁ ନେଇ ନନ୍ଦନକାନନରେ ପହଞ୍ଚିବେ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ସମ୍ପର୍କରେ ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ନାରାୟଣ କହିଛନ୍ତି, ବିଲୁପ୍ତ ଜୀବଜନ୍ତୁଙ୍କ ବଂଶବୃଦ୍ଧି କରିବାକୁ ଲକ୍ଷ୍ୟ ରଖି ଏହି ପଦକ୍ଷେପ ନିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories