୨୦୧୯ : ସରକାରୀ କର୍ମଚାରୀ ପାଇବେ ତିନିମାସ,୧୩୪ ଦିନ ସ୍କୁଲ କଲେଜ ଛୁଟି

0

ଭୁବନେଶ୍ବର : ୨୦୧୯ରେ ରାଜ୍ୟ ସରକାରୀ କର୍ମଚାରୀ ପ୍ରାୟ ତିନିମାସ ଛୁଟି ପାଇବେ। ବାର୍ଷିକ କ୍ୟାଲେଣ୍ଡରରେ ସରକାରୀ କର୍ମଚାରୀଙ୍କ ପାଇଁ ୮୯ ଦିନ ଛୁଟି ରହିଛି । ଏଥିରେ ୫୨ଟି ରବିବାର ଓ ୧୨ଟି ଦ୍ବିତୀୟ ଶନିବାର ଅନ୍ତର୍ଭୁକ୍ତ ଅଛି। ଏହାବ୍ୟତୀତ ଇଚ୍ଛାଧୀନ ଛୁଟିରୁ ସେମାନେ ଗୋଟିଏ ଦିନ ଛୁଟି ନେଇ ପାରିବେ।

prayash

ସେହିପରି ରାଜ୍ୟର ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକ ୨୦୧୯ରେ ୧୩୪ଦିନ ଛୁଟି ରହିବ। ଏହାସହିତ ସ୍କୁଲ, କଲେଜକୁ ବିଶିଷ୍ଟ ବ୍ୟକ୍ତିଙ୍କ ପରିଦର୍ଶନ ଏବଂ ସ୍ଥାନୀୟ ଉତ୍ସବ ପାଇଁ କର୍ତ୍ତୃପକ୍ଷ ଦୁଇଦିନ ଛୁଟି ଘୋଷଣା କରିପାରିବେ। ୨୦୧୯ରେ ବିଭିନ୍ନ ଉତ୍ସବ ପାଇଁ ୮୨ଦିନ ଛୁଟି ରହିଥିବାବେଳେ ୫୨ଦିନ ରବିବାର ରହିଛି। ମେ’୬ରୁ ଜୁନ୍‌ ୧୮ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିଥିବାବେଳେ ଅକ୍ଟୋବର ୪ରୁ ୧୪ ପର୍ଯ୍ୟନ୍ତ ଦଶହରା ଛୁଟି ଏବଂ ଡିସେମ୍ବର ୨୪ରୁ ୩୧ ପର୍ଯ୍ୟନ୍ତ ଏକ୍ସମାସ୍ ଛୁଟି କରାଯିବ।
୨୦୧୯ ପହିଲାକୁ ନବବର୍ଷ ପାଳନ ପାଇଁ ଛୁଟି ଘୋଷଣା କରାଯାଇଛି। ସେହିପରି ମକର ସଂକ୍ରାନ୍ତି, ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ମହାଶିବ ରାତ୍ରୀ, ପଞ୍ଚାୟତରାଜ ଦିବସ, ଦୋଳ ପୂର୍ଣ୍ଣିମା, ହୋଲି, ଉତ୍କଳ ଦିବସ, ଶ୍ରୀରାମ ନବମୀ, ଗୁଡ୍‌ ଫ୍ରାଇଡେ, ରଥଯାତ୍ରା, ବାହୁଡ଼ା ଯାତ୍ରା, ଇଦ୍‌ଉଲ୍‌ ଜୁହା, ସ୍ବାଧୀନତା ଦିବସ, ଜନ୍ମାଷ୍ଟମୀ, ଗଣେଶପୂଜା, ନୂଆଖାଇ, ଗୁରୁ ଦିବସ, ମହରମ୍, ମହାଳୟା, ଗାନ୍ଧୀ ଜୟନ୍ତୀ, ବଡ଼ଓଷା, ରାସ ପୂର୍ଣ୍ଣିମା, ଶିଶୁ ଦିବସ ଓ ପ୍ରଥମାଷ୍ଟମୀ ଛୁଟି ରହିଛି।

Leave A Reply