www.samajalive.in
Sunday, December 7, 2025
16.1 C
Bhubaneswar

ପର୍ଯ୍ୟଟନସ୍ଥଳୀ କାଠ ବଙ୍ଗଳା

ତୁମୁଡିବନ୍ଧ : ସାରା ରାଜ୍ୟରେ ପରିଚୟ ପ୍ରଦାନ କରିଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଠାରେ ଥିବା କାଠ ବଙ୍ଗଳାକୁ ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଲାଣି। କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି କାଠ ବଙ୍ଗଳାର ଅନଲାଇନ ବୁକିଂ ବ୍ୟବସ୍ଥା କରାଯାଇଛି। ଫଳରେ ପର୍ଯ୍ୟଟକ ମାନେ ନିଜ ନିଜ ପାଖରେ ଥିବା ସ୍ମାର୍ଟ ମୋବାଇଲ ଜରିଆରେ ଏହି କାଠ ବଙ୍ଗଳାରେ ରହିବା ପାଇଁ ବୁକିଂର ବ୍ୟବସ୍ଥା କରିପାରିବେ। ବ୍ରିଟିଶ ଅମଳରୁ ଏହି କାଠ ବଙ୍ଗଳାଟି ନିର୍ମାଣ କରାଯାଇଥିଲା। ଏବେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଏହି କାଠ ବଙ୍ଗଳାର ସୌନ୍ଦର୍ଯ୍ୟ କରଣ କରାଯାଇଛି। ଏହି କାଠ ବଙ୍ଗଳା ଭିତରେ ରହିଛି ଦୋଳି, ସହ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ। ଏହି କାଠ ବଙ୍ଗଳାର ଚତୁରପାର୍ଶ୍ଵକୁ ଘେରି ରହିଛି ମନୋରମ ପରିବେଶ। ଏହି ଅଞ୍ଚଳରେ ମୂଳ ଅଧିବାସୀ ଭାବେ କୁଟିଆକନ୍ଧ ସମ୍ପ୍ରଦାୟର ଲୋକମାନେ ପ୍ରାୟତଃ ବସବାସ କରନ୍ତି। ସେମାନେ ସାଧାରଣତଃ ଅତ୍ୟନ୍ତ ସରଳ ହୃଦୟଧାରୀ ତଥା ପରୋପକାରୀ ଅଟନ୍ତି। ସେମାନଙ୍କ ସଂସ୍କୃତି ମଧ୍ୟ ଏଠି ଦେଖିପାରିବେ ପର୍ଯ୍ୟଟକ। ସେମାନଙ୍କ ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ର ଏକ କାର୍ଯ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟ ଚଳାଇବାପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀ ଙ୍କୁ ନିଯୁକ୍ତି ଦେଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ।

- Advertisement -

ଫୁଲବାଣୀ ଠାରୁ ଏହି ସ୍ଥାନକୁ ଯିବାବେଳେ ବାଟରେ “ଡିମିଲି ପାହାଡ଼” ଦେଖିବାକୁ ମିଳିଥାଏ। “ଡିମିଲି ପାହାଡ଼” ଠାରୁ ବେଲଘର ର ସୌନ୍ଦର୍ଯ୍ୟ ଦୃଶ୍ୟ ଅତ୍ୟନ୍ତ ମନୋରମ ଅଟେ। ତୁମୁଡିବନ୍ଧ ଠାରୁ ବେଲଘର ଯିବା ବାଟରେ କୋଟଗଡ ଅଭୟାରଣ୍ୟ ପଡିଥାଏ। ଏହିରାସ୍ତାରେ ଅଭୟାରଣ୍ୟ ଦେଇ ଯିବାବେଳେ ବେଳେବେଳେ ଅଞ୍ଚଳର ବିରଳ ପ୍ରଜାତିର ବନ୍ୟଜନ୍ତୁ ମୟୁର, ଠେକୁଆ, ହରିଣ, ବାରହା, ଝିଙ୍କ, ଶୁଆ, ସାରୀ, ହଳଦି ବସନ୍ତ ଦେଖିବାକୁ ମିଳିଥାଏ। ବର୍ଷର ନଭେମ୍ବର ମାସ ଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହିଠାରେ ଶୀତ ଅନୁଭୂତ ହେଉଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକ ପହଞ୍ଚିବା ପରେ ବନବିଭାଗ ପକ୍ଷରୁ ଦାୟିତ୍ୱରେ ଥିବା କର୍ମଚାରୀ ମାନେ “ଅତିଥି ଦେଵୋ ଭବ” କହି ପୂଜାର୍ଚ୍ଚନା କରାଯିବା ପରେ ସମ୍ମାନ ଜଣାଇ ରହିବା ପାଇଁ ଦିଆଯାଇଥାଏ।ଏହି କାଠ ବଙ୍ଗଳା ପରିସରରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ ଟି ତମ୍ବୁ ଘର ନିର୍ମାଣ କରାଯାଇଛି। ଅନଲାଇନ ମାଧ୍ୟମରେ ବୁକିଂ କରିଥିବା ପର୍ଯ୍ୟଟକ ମାନେ ଏହି ତମ୍ବୁ ଘରେ ରହିଥାନ୍ତି।ଏହି କାଠ ବଙ୍ଗଳା ମଧ୍ୟରେ ପାର୍କ ଟିଏ ନିର୍ମାଣ କରାଗଲେ ଏଠିକାର ପରିବେଶ ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିପାରିବ ବୋଲି କେତେକ ମତ୍ତ ଦିଅନ୍ତିଶୀତଦିନେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣ ତଥା ଅନ୍ୟ ଜିଲ୍ଲାରୁ ମଧ୍ୟ ଏହିଠାକୁ ଆସନ୍ତି ପର୍ଯ୍ୟଟକ  ମାନେ।

ଗମନାଗମନ ବ୍ୟବସ୍ଥା :

ଭୁବନେଶ୍ୱର ଠାରୁ ପ୍ରାୟ ୨୯୧ କି ମି ଦୂରତା ରେ ଏହି କାଠ ବଙ୍ଗଳା ଥିବାବେଳେ ଜିଲ୍ଲା ସଦର ମହାକୁମା ଫୁଲବାଣୀ ଠାରୁ ଏହା ମାତ୍ର  କି ମି । ପ୍ରଥମେ ଭୁବନେଶ୍ୱର ରୁ ସଡକ ପଥରେ ଜିଲ୍ଲା ସଦର ମହକୁମା ଫୁଲବାଣୀ କୁ ପହଁଚିବା ପରେ ଏହି ବଙ୍ଗଳାଟିକୁ ଯିବାପାଇଁ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରୁ ସରକାରୀ ବସର ସୁବିଧା ରହିଛି। ପର୍ଯ୍ୟଟକ ମାନେ ଚାହିଁଲେ ଛୋଟ ଗାଡିକୁ ଭଡା ସୂତ୍ରରେ ନେଇ କାଠ ବଙ୍ଗଳାକୁ ଯାଇପାରିବେ । ଫୁଲବାଣୀ ଠାରୁ ଏହି କାଠ ବଙ୍ଗଳାର ଦୂରତା ମାତ୍ର ୧୪୫ କି.ମି। ୫୯ ନମ୍ବର ଜାତୀୟ ରାଜପଥ ଦେଇ ଭାୟା ବାଲିଗୁଡା ଏବଂ ପରେ ତୁମୁଡିବନ୍ଧସ୍ଥିତ ରାମପୁର ଛକ ନିକଟରେ ପହଞ୍ଚିବାକୁ ହେବ। ପୁଣି ସେହି ତୁମୁଡିବନ୍ଧ ସ୍ଥିତ ରାମପୁର ଛକ ଠାରୁ ଡାହାଣ ପାର୍ଶ୍ୱକୁ ଯାଇଥିବା କଳାହାଣ୍ଡି ଯିବା ରାସ୍ତାରେ ଗଲା ବେଳେ ମାତୃଗାଁ ଛକଠାରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ଫଳକ ଲଗାଯାଇଛି। ଯାତ୍ରୀମାନେ ସୁବିଧାରେ ଏହି ରାସ୍ତାକୁ ଜାଣି ପାରିବେ। ପୁଣି ସମୁଦ୍ର ପତ୍ତନ ଠାରୁ ପ୍ରାୟ ୨୬୦୦ ଫୁଟ ଉଚ୍ଚତାରେ ଏହି କାଠ ବଙ୍ଗଳାଟିର ଅବସ୍ଥିତ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories