www.samajalive.in
Saturday, December 6, 2025
19.1 C
Bhubaneswar

ଅବିଶ୍ୱସନୀୟ, ମନମୁଗ୍ଧକର ସୌନ୍ଦର୍ଯ୍ୟରେ ଭରପୁର ଭାରତର ଶେଷ ରାସ୍ତା ; ହୋସ୍‌‌ ଉଡାଇବ ଭିଡିଓ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବର୍ତ୍ତମାନ ଭାରତର ଶେଷ ରାସ୍ତାର ଭିଡିଓ ବେଶ୍‌‌ ଭାଇରାଲ୍‌‌ ହେଉଛି। ଏହି ଭିଡିଓ ତାମିଲନାଡୁର ଧନୁଷକୋଡିରୁ ଆସିଛି। ଯାହା ଭାରତ ସରକାର (@mygovindia)ର ନିଜର ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଭିଡିଓଟିରେ ଦେଖାଯାଉଛି ରାସ୍ତାର ଚାରି ପାଖରେ ସମୁଦ୍ର ଘେରି ରହିଛି।
ଭାରତ ସରକାର ଏହି ଭିଡିଓକୁ ଫେବ୍ରୁଆରୀ ୬ରେ ସେୟାର କରିଛନ୍ତି। କ୍ୟାପସନ୍‌‌ରେ ଲେଖାଯାଇଥିଲା, ଚମତ୍କାର ସୌନ୍ଦର୍ଯ୍ୟକୁ ଦେଖନ୍ତୁ। ତାମିଲନାଡୁର ଧନୁଷକୋଡିରେ ଭାରତର ଶେଷ ରାସ୍ତାର ମନମୁଗ୍ଧ କରୁଥିବା ଦୃଶ୍ୟ ଦେଖନ୍ତୁ।
ଏହି ଭିଡିଓକୁ ଥିରୁମାଲା ସଞ୍ଚାରୀ ଡ୍ରୋନ କ୍ୟାମେରାରେ କଏଦ କରିଛନ୍ତି। ଏଥିରେ ଭାରତର ଶେଷ ରାସ୍ତା ‘ଅରିଚଲ ମୁନାଇ’ର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖାଯାଉଛି। ବର୍ତ୍ତମାନ ଇଣ୍ଟରନେଟ୍‌‌ରେ ଏହାର ଭିଡିଓ ବେଶ ଭାଇରାଲ ହେଉଛି। ଲୋକେ ଏହାକୁ ବେଶ ପସନ୍ଦ କରୁଛନ୍ତି। କିଛି ଲୋକେ ଏହି ସ୍ଥାନର ତୁଳନା ଶିବଲିଙ୍ଗ ସହ ମଧ୍ୟ କରୁଛନ୍ତି। ଏଥିରେ ୧୧ ହଜାରରୁ ଅଧିକ ଲୋକେ ଲାଇକ୍‌‌ କରିଛନ୍ତି। ଜଣେ ଲେଖିଛନ୍ତି, ସୌନ୍ଦର୍ଯ୍ୟ ଓ ସ୍ମରଣୀୟ। ଅନ୍ୟ ଜଣେ ଲେଖିଛନ୍ତି, ଅବିଶ୍ୱସନୀୟ ଭାରତ।

ତାମିଲନାଡୁର ରାମେଶ୍ୱରମ ଦ୍ୱୀପର ଦକ୍ଷିଣ-ପୂର୍ବରେ ସ୍ଥିତ ଧନୁଷକୋଡି ଏକ ଶାନ୍ତ ସହର। ଏହି ସ୍ଥାନର ବିଶେଷ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ଏଠାରେ ଭାରତର ଶେଷ ରାସ୍ତା ରହିଛି। ଚାରିପାଖରେ କେବଳ ସମୁଦ୍ର ରହିଛି,ଏହି କାରଣରୁ ଭଗବାନ ରାମ ଓ ତାଙ୍କ ସେନା ଲଙ୍କା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସେତୁ ନିର୍ମାଣ କରିଥିଲେ ବୋଲି ମାନ୍ୟତା ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଅରିଚଲ ମୁନାଇ ଗସ୍ତ କରିଥିଲେ।
ଏହି ରାସ୍ତାର ୩ ଦିଗରେ ସମୁଦ୍ର ରହିଥିବା ବେଳେ ଏହାକୁ ଭାରତ ଓ ଶ୍ରୀଲଙ୍କାର ସ୍ଥଳଭାଗରେ ଯୋଗାଯୋଗର ମାଧ୍ୟମ ବୋଲି ଜଣାଯାଏ। ବର୍ତ୍ତମାନ ଏହା ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଜଣାଶୁଣା। ଏଠାରେ ପ୍ରତିବର୍ଷ ଲକ୍ଷାଧିକ ଲୋକେ ଏକାଠି ହୋଇଥାଆନ୍ତି।

- Advertisement -

 

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories