www.samajalive.in
Saturday, December 6, 2025
19.1 C
Bhubaneswar

ବିଧାନସଭାକୁ ମୁଣ୍ଡିଆ ମାରିଲେ; ଆଉ ଆସିବେନି କହିଲେ ସୁର ରାଉତରାୟ

ଭୁବନେଶ୍ୱର: ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ଗୃହରୁ ବାହାରିବା ବେଳେ ଭାବବିହ୍ୱଳ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ଶେଷ ଦିନରେ ବିଧାନସଭାକୁ ମୁଣ୍ଡିଆ ମାରି ବାହାରିଛନ୍ତି ସୁର। ଆଗକୁ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତି ନେଇଥିବାରୁ ଆଉ ବିଧାନସଭାକୁ ଆସିବେ ନାହିଁ ବୋଲି କହିଛନ୍ତି। ଏଥିପାଇଁ ଗୃହକୁ ମୁଣ୍ଡିଆ ମାରି ବିଦାୟ ନେଇଛନ୍ତି। ୧୯୭୭ରେ ପ୍ରଥମ ଥର ବିଧାୟକ ହୋଇ ବିଧାନସଭାକୁ ଆସିଥିଲେ। ସବୁବେଳେ ଜଟଣୀ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ସ୍ୱର ଉଠାଇବା ସହ ଲୋକଙ୍କ ହିତ ପାଇଁ କାମ କରିଆସିଛନ୍ତି। କିନ୍ତୁ ଏବେ ୨୦୨୪ ନିର୍ବାଚନରେ ସୁରଙ୍କୁ ମୈଦାନରେ ଲଢେଇ କରୁଥିବା ଦେଖିବାକୁ ମିଳିବ ନାହିଁ। ଜଟଣୀରୁ ସାନ ପୁଅକୁ ପ୍ରାର୍ଥୀ କରିବାକୁ ସେ ପୂର୍ବରୁ ଘୋଷଣା କରିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories