www.samajalive.in
Saturday, December 6, 2025
16.1 C
Bhubaneswar

୩ ଜଣଙ୍କୁ ଭାରତ ରତ୍ନ: ଚୌଧୁରୀ ଚରଣ ସିଂହ, ନରସିହ୍ମା ରାଓ ଏବଂ ଏମଏସ୍ ସ୍ବାମୀନାଥନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପୂର୍ବତନ ପିଏମ୍ ସ୍ବର୍ଗତ ନରସିହ୍ମା ରାଓ, ଚୌଧୁରୀ ଚରଣ ସିଂହ ଏବଂ ବୈଜ୍ଞାନିକ ଏମଏସ୍ ସ୍ବାମୀନାଥନଙ୍କୁ ଭାରତ ରତ୍ନ(ମରଣୋତ୍ତର) ଦେବା ପାଇଁ ଘୋଷଣା କରିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଚୌଧୁରୀ ଚରଣ ସିଂହ ଙ୍କୁ ସ୍ମରଣ କରି ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ମୋଦୀ କହିଛନ୍ତି ‘ଆମ ସରକାରର ଏହା ସୌଭାଗ୍ୟ କି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଉଛି । ଏହି ସମ୍ମାନ ଦେଶ ପାଇଁ ତାଙ୍କ ଅତୁଳନୀୟ ଯୋଗଦାନକୁ ସମର୍ପିତ । ସେ ଚାଷୀଙ୍କ ଅଧିକାରୀ ପାଇଁ ନିଜ ଜୀବନ ସମର୍ପି ଦେଇଥିଲେ । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ବା ଦେଶର ଗୃହମନ୍ତ୍ରୀ, ଏପରିକି ଜଣେ ବିଧାୟକ ରୂପେ ମଧ୍ୟ ସେ ସବୁ ସମୟରେ ଦେଶର ପ୍ରଗତି ପାଇଁ ଚିନ୍ତା କରୁଥିଲେ ।’

- Advertisement -

ସେହିଭଳି କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓଙ୍କୁ ଭାରତ ରତ୍ନ ଦେବା ନେଇ ଘୋଷଣା କରି ମୋଦୀ କହିଛନ୍ତି କି ‘ଏହା ଜଣାଇ ଖୁସି ଲାଗୁଛି କି ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପିଭି ନରସିହ୍ମା ରାଓଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ । ଜଣେ ପ୍ରତିଷ୍ଠିତ ବିଦ୍ବାନ ଏବଂ ରାଜନେତା ରୂପେ ନରସିମ୍ହା ରାଓ ଅନେକ ପଦରେ ରହି ଭାରତର ସେବା କରିଛନ୍ତି ।’

 

ବିଖ୍ୟାତ ବୈଜ୍ଞାନିକ ଡା. ଏମଏସ ସ୍ବାମୀନାଥନଙ୍କୁ ସ୍ମରଣ କରି ପିଏମ୍ ମୋଦୀ ଲେଖିଛନ୍ତି କି ‘ଏହା ବହୁତ ଖୁସିର କଥା କି ଭାରତ ସରକାର କୃଷି ଏବଂ ଚାଷୀଙ୍କ କଲ୍ୟାଣରେ ଆମ ଦେଶ ପାଇଁ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ପାଇଁ ଡା. ଏମଏସ ସ୍ବାମୀନାଥନ ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରୁଛୁ । ସେ ଅନେକ ପ୍ରତିକୂଳ ପରିସ୍ଥିତିରେ ଭାରତକୁ କୃଷିରେ ଆତ୍ମନିର୍ଭରଶୀଳ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ଏବଂ ଭାରତୀୟ କୃଷିକୁ ଆଧୁନିକ କରିବା ପାଇଁ ସବୁ ଦିଗରୁ ଅନେକ ପ୍ରୟାସ କରିଥିଲେ ।’

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories