ଡେସ୍କ: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ମାଓବାଦୀ ଓ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳି ନ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୁମ୍ବିଂ ଅପରେସନ ଜାରି ରହିଥିବା ଜଣାପଡିଛି। ସୁନାବେଡ଼ା ଅଭୟାରଣ୍ୟ ବାରକୋଟ ଘାଟି ଠାରେ ମାଓବାଦୀ ଏବଂ ସିଆରପିଏଫ୍ ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ବାରକୋଟ କ୍ୟାମ୍ପରୁ ଯବାନ ମାନେ ସୁନାବେଡ଼ାକୁ କୁମ୍ବିଂ କରି ଫେରୁଥିବା ବେଳେ ବାରକୋଟ ଘାଟି ଠାରେ ମାଓବାଦୀମାନେ ଅତର୍କିତ ଭାବେ ଗୁଳି ଚଳାଇ ଥିଲେ। ଏହାର ଜବାବରେ ସିଆରପିଏଫ୍ ଯବାନ ମାନେ ଗୁଳି ଚାଳନା କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଏହି ଗୁଳି ବିନିମୟ ହୋଇଥିବା ବେଳେ ଘଟଣାସ୍ଥଳରେ ବର୍ତ୍ତମାନ ପର୍ଯ୍ୟନ୍ତ କୁମ୍ବିଂ ଜାରି ରହିଛି। ଘଟଣାସ୍ଥଳରେ ସିଆରପିଏଫର ବରିଷ୍ଠ ଅଧିକାରୀ ମାନେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।
ଗାଡିରେ ପେଟ୍ରୋଲ ପକାଇଲେ ମିଳିବ କ୍ୟାଶବ୍ୟାକ୍, ଭିମ୍ ଆପ୍ ଆଣିଲା ଏମିତି ସୁଯୋଗ



