www.samajalive.in
Saturday, December 6, 2025
26.1 C
Bhubaneswar

ଗାଡିରେ ପେଟ୍ରୋଲ ପକାଇଲେ ମିଳିବ କ୍ୟାଶବ୍ୟାକ୍, ଭିମ୍ ଆପ୍ ଆଣିଲା ଏମିତି ସୁଯୋଗ

ନୂଆଦିଲ୍ଲୀ : ଭିମ୍ ପେମେଣ୍ଟସ ଆପରେ ଏବେ ୭୫୦ ଟଙ୍କାର କ୍ୟାଶବ୍ୟାକ୍ ମିଳୁଛି । କିନ୍ତୁ ଏହି ଅଫରର ଲାଭ ଉଠାଇବା ପାଇଁ ଆଉ ମାତ୍ର କିଛି ସପ୍ତାହ ରହିଛି । ନୂଆ ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ଏମିତି ଅଫର ନେଇଆସିଛି । ତେବେ ଏହି ଅଫର ପାଇଁ କିଛି ସର୍ତ୍ତ ମଧ୍ୟ ରହିଛି । ଏହି ସର୍ତ୍ତକୁ ପୁରା କରିବାକୁ ହେବ । ଏହା ସହିତ ୧ ପ୍ରତିଶତର କ୍ୟାଶବ୍ୟାକ୍ ମଧ୍ୟ ମିଳିବ ।

ଖାଇବା ପିଇବା ସହିତ ଭ୍ରମଣର ସଉକ ରଖୁଥିବା ଲୋକଙ୍କ ପାଇଁ ଭିମ୍ ଆପ୍ ୧୫୦ ଟଙ୍କାର କ୍ୟାଶବ୍ୟାକ୍ ଦେଉଛି । ଯଦି ଆପଣ ଭିମ୍ ଆପରୁ ୧୦୦ରୁ ଅଧିକ ଖାଦ୍ୟ ପେୟ ବା ବୁଲିବା ପାଇଁ ଖର୍ଚ୍ଚ କରୁଛନ୍ତି(ଯଥା ଟ୍ରେନ୍ ବୁକିଂ, କ୍ୟାବ୍, ରେଷ୍ଟୁରାଣ୍ଟ ବିଲ୍) ତେବେ ଆପଣଙ୍କୁ ସିଧା ୩୦ ଟଙ୍କାର କ୍ୟାଶବ୍ୟାକ୍ ମିଳିବ । ଏହି ଅଫର ଅନେକ ସ୍ଥାନ ପାଇଁ ଲାଗୁ ହୋଇଛି । ତେବେ ସବୁ ମିଶାଇ ଆପଣ ସମୁଦାୟ ୧୫୦ ଟଙ୍କାର ହିଁ କ୍ୟାଶବ୍ୟାକ୍ ପାଇପାରିବେ । ଏଥିପାଇଁ ଆପଣଙ୍କୁ ଅତି କମରେ ୫ ଥର ୧୦୦ରୁ ଅଧିକ ଖର୍ଚ୍ଚ କରିବାକୁ ହେବ ।

- Advertisement -

ଭିମ୍ ଆପରେ ଯଦି ଆପଣଙ୍କ Rupay କ୍ରେଡିଟ୍ କାର୍ଡ ଯୋଡି ହୋଇଛି ତେବେ ଆପଣଙ୍କ ପାଇଁ ୬୦୦ ଟଙ୍କାର ଆଉ ଏକ କ୍ୟାଶବ୍ୟାକ୍ ଅଫର ରହିଛି । ଏହି ଅଫରର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ସମସ୍ତ ଦୋକାନରେ ୟୁପିଆଇ ପେମେଣ୍ଟ କରିବାକୁ ହେବ । ଏଥିରେ ପ୍ରଥମ ୩ ଥର ୧୦୦ ଟଙ୍କାରୁ ଉପରକୁ ପୈଠ କରିବାକୁ ହେବ । ଏଥିରେ ୧୦୦ ଟଙ୍କାର କ୍ୟାଶବ୍ୟାକ୍ ମିଳିବ । ଏହା ପରେ ପ୍ରତି ମାସରେ ଆଗାମୀ ୧୦ ଥର ୨୦୦ରୁ ଅଧିକ ପୈଠ କଲେ ପ୍ରତି ଥର ୩୦ ଟଙ୍କାର କ୍ୟାଶବ୍ୟାକ୍ ମିଳିବ । କିନ୍ତୁ ଧ୍ୟାନ ଦିଅନ୍ତୁ କି ସମୁଦାୟ ଏହି ରିହାତି ୬୦୦ ଟଙ୍କା ହିଁ ମିଳିବ ଏବଂ ଏଥିପାଇଁ ଆପଣଙ୍କୁ କୁହାଯାଇଥିବା ସମସ୍ତ ଟ୍ରାଞ୍ଜାକ୍ସନ କରିବାକୁ ହେବ ।

ଗାଡିରେ ପେଟ୍ରୋଲ, ଡିଜେଲ ବା ସିଏନଜି ଭରିଲେ ମଧ୍ୟ ୧ ପ୍ରତିଶତ କ୍ୟାଶବ୍ୟାକ୍ ମିଳିବ । କେବଳ ଏତିକି ନୁହେଁ, ବିଜୁଳି, ପାଣି ଏବଂ ଗ୍ୟାସ୍ ଭଲି ବିଲରେ ମଧ୍ୟ ଏହି ରିହାତି ମିଳିବ । ଏହି ସମସ୍ତ କ୍ୟାଶବ୍ୟାକ୍ ଅଫର୍ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉପଲବ୍ଧ । ଅର୍ଥାତ୍ ଆପଣ ଏହି ତାରିଖ ସୁଦ୍ଧା ହିଁ ଅଫରର ଲାଭ ଉଠାଇପାରିବେ ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories