www.samajalive.in
Saturday, December 6, 2025
19.1 C
Bhubaneswar

ଗୋମାଂସ ଖାଇବା ସନ୍ଦେହ, ନୀଳଗିରିରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଆକ୍ରମଣ

ନୀଳଗିରି: ପଶ୍ଚିମବଙ୍ଗର ୨ଜଣ ପର୍ଯ୍ୟଟକ ବାଲେଶ୍ୱର ଜିଲା ନୀଳଗିରିକୁ ପରିଭ୍ରମଣରେ ଆସି ଏକ ଶୈବପୀଠ ପାଦଦେଶରେ ଗୋମାଂସ ଖାଇବା ସନ୍ଦେହରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗର ଚବିଶ ପରଗଣା ଅଞ୍ଚଳର ଶୁଭମ ଦାସ(୨୧) ଓ ସୌମ୍ୟଦୀପ ଗିରି(୨୫) ଦୀର୍ଘ ୬ମାସ ହେବ ଓଡ଼ିଶା ପରିଭ୍ରମଣରେ ବାହାରି ଆସିଛନ୍ତି। ଏମାନେ ଗୋଟିଏ ବାଇକରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି କରି ଗତ ୪ ତାରିଖରେ ଔପଦା ବ୍ଲକ କାଣ୍ଡଗରଡ଼ି ପଞ୍ଚାୟତ ଅଧୀନ ବିଶ୍ୱେଶ୍ୱର ଶୈବପୀଠରେ ପହଞ୍ଚି ଏକ ଅସ୍ଥାୟୀ ଟେଣ୍ଟ କରି ରହି ଆସୁଥିଲେ। ଆଜି ନିକଟସ୍ଥ ସିକିଡ଼ିଆ ଓ ମୁକୁନ୍ଦପୁର ଗାଁର କେତେକ ଯୁବକ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏମାନେ ଶୈବପୀଠ ସ୍ଥଳୀରେ ଗୋମାଂସ ରୋଷେଇ କରି ଖାଉଥିବା ସନ୍ଦେହ କରି ଯୁବକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଉଭୟ ପର୍ଯ୍ୟଟକ ହିନ୍ଦୁ ସମ୍ପ୍ରଦାୟର ଏବଂ ସେମାନେ ଗୋମାଂସ ଭକ୍ଷଣ କରିନାହାଁନ୍ତି ବୋଲି ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ଏହି ଯୁବକମାନେ ସେମାନଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କ ଟେଣ୍ଟ ଭାଙ୍ଗି ମୋବାଇଲ ଛଡ଼ାଇ ନେଇଥିଲେ। ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିବା ପର୍ଯ୍ୟଟକଦ୍ୱୟ ନିକଟସ୍ଥ ଈଶ୍ୱରପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇ ସ୍ଥାନୀୟ ଫାଣ୍ଡିରେ ଏ ସମ୍ପର୍କରେ ଏତଲା ଦେଇଛନ୍ତି। ଈଶ୍ୱରପୁର ଫାଣ୍ଡି ଅଧିକାରୀ ଖଗେନ୍‍ ମହାଳିକ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିବା ସହ ସେମାନେ ଗୋମାଂସ ଖାଉନଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜାଣିପାରିଛନ୍ତି। ଅତିଥି ଦେବୋ ଭବ ବଦଳରେ ପର୍ଯ୍ୟଟକଙ୍କୁ ଏଭଳି ଆକ୍ରମଣକୁ ଅଞ୍ଚଳରେ ନିନ୍ଦା କରାଯାଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories