www.samajalive.in
Tuesday, December 9, 2025
15.1 C
Bhubaneswar

ନବବର୍ଷ​‌ରେ ବୈଷ୍ଣୋ ଦେବୀଙ୍କ ଦର୍ଶନ କଲେ ୫୦ ହଜାର ଶ୍ରଦ୍ଧାଳୁ

ନୂଆବର୍ଷର ଆରମ୍ଭରେ ମା’ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଦେଶ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇବା ପାଇଁ ୨ କିମି ଦୂରରୁ ଲମ୍ବା ଧାଡିରେ ଠିଆ ହୋଇଛନ୍ତି । ଗତକାଲି ରାତିରେ ଅର୍ଥାତ୍ ଡିସେମ୍ବର ୩୧ରେ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁ ମା’ ବୈଷ୍ଣୋ ଦେବୀ ଚରଣରେ ପହଞ୍ଚିଥିଲେ । ୨୦୧୮ ମସିହା ମଧ୍ୟରେ ୮୫.୮୦ ଲକ୍ଷ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିଥିଲେ ।

ନବବର୍ଷର ପୂର୍ବ ସଂଧ୍ୟାରେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସହ ଦେଖିବାକୁ ମିଳିଥିଲା। ପଞ୍ଚିକରଣ ଶିବିର ଠାରୁ ବୈଷ୍ଣୋ ଦେବୀ ଦରବାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ ଜମି ରହିଥିଲା। ମା’ଙ୍କ ଜୟ ଜୟ ଗାନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଯାତ୍ରା କରିଥିଲେ ।

- Advertisement -

୨୦୧୮ରେ କେଉଁ ମାସରେ କେତେ ଭକ୍ତ ଦର୍ଶନ ପାଇଁ ଆସିଥିଲେ ?

ଜାନୁଆରୀ ମାସରେ ୫ ଲକ୍ଷ ୪୫ ହଜାର ୯୪୫, ଫେବ୍ରୁଆରୀ ମାସରେ ୩ ଲକ୍ଷ ୪୩ ହଜାର ୧୬୨, ମାର୍ଚ୍ଚ ମାସରେ ୭ ଲକ୍ଷ ୯୬ ହଜାର ୮୫୨, ଏପ୍ରିଲ ମାସରେ ୭ ଲକ୍ଷ ୨୮ ହଜାର ୬୬୬, ମେ ମାସରେ ୯ ଲକ୍ଷ ୪୪ ହଜାର ୬୧୪, ଜୁନ ମାସରେ ୧୧ ଲକ୍ଷ ୬୧ ହଜାର ୩୨୯, ଜୁଲାଇ ମାସରେ ୭ ଲକ୍ଷ ୪୮ ହଜାର ୭୧୩, ଅଗଷ୍ଟ ମାସରେ ୬ ଲକ୍ଷ ୯୦ ହଜାର ୬୪୬, ସେପ୍ଟମ୍ବର ମାସରେ ୬ ଲକ୍ଷ ୮୦ ହଜାର ୩୭୩, ଅକ୍ଟୋବର ମାସରେ ୭ ଲକ୍ଷ ୯୯ ହଜାର ୫୯୬, ନଭେମ୍ବର ମାସରେ ୬ ଲକ୍ଷ ୩ ହଜାର ୧୬୦ ଏବଂ ଡିସେମ୍ବର ମାସରେ ୫ ଲକ୍ଷ ୫୦ ହଜାର ୩୬୯ ଜଣ ଦର୍ଶନ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ପହଞ୍ଚି ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories