ସବୁଠାରୁ ଶସ୍ତା ୭ ସିଟର କାରରେ ରିହାତି, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଗତ କିଛି ବର୍ଷରେ ୭ ସିଟର କାରର ଚାହିଦା ବଢିଛି । ଏହି କ୍ଷେତ୍ରରେ ମାରୁତି ସୁଜୁକି ଆର୍ଟିଗାର ଦବଦବା ଲଗାତର ବଜାୟ ରହିଛି । ଯଦି ଆପଣ ମଧ୍ୟ ୭ ସିଟର କାର୍ କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ମାରୁତି ସୁଜୁକି ଆର୍ଟିଗାକୁ ଟକ୍କର ଦେଉଥିବା ଦେଶର ସବୁଠାରୁ ଶସ୍ତା ୭ ସିଟର କାର୍ ରେନୋ ଟ୍ରାଇବର ଉପରେ ଗ୍ରାହକଙ୍କୁ ସର୍ବାଧିକ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି । ଏହି ଅଫରରେ କ୍ୟାଶ୍ ଡିସ୍କାଉଣ୍ଟ, ଏକ୍ସଚେଞ୍ଜ ବୋନସ ଏବଂ କର୍ପୋରେଟ୍ ରିହାତି ମଧ୍ୟ ସାମିଲ । ତେବେ ଏହି ରିହାତି ଭିନ୍ନ ଭିନ୍ନ ସହର ଅନୁସାରେ ଅଲଗା ରହିଛି । ଉପଭୋକ୍ତା ନିଜ ନିକଟସ୍ଥ ଡିଲରସିପକୁ ଯାଇ ଏସମ୍ପର୍କରେ ସୂଚନା ନେଇପାରିବେ । ଆସନ୍ତୁ ଜାଣିବା ଏହାର ଫିଚର୍ସ ଏବଂ ଦାମ୍ ସମ୍ପର୍କରେ…

ରେନୋ ଟ୍ରାଇବରରେ ୧ ଲିଟର ପେଟ୍ରୋଲ ଇଞ୍ଜିନ୍ ମିଳୁଛି । ଏହା ୭୧ ବିଏଚପିର ସର୍ବାଧିକ ପାଓ୍ବର ଏବଂ ୯୬ ଏନଏମର ପିକ୍ ଟର୍କ ଜେନେରେଟ୍ କରିବାରେ ସକ୍ଷମ । କାରର ଇଞ୍ଜିନକୁ ୫ ସ୍ପିଡ୍ ମାନୁଆଲ ଓ ୫ ସ୍ପିଡ୍ ଅଟୋମେଟିକ୍ ଗିୟରବକ୍ସ ସହିତ ଯୋଡାଯାଇଛି । କମ୍ପାନୀ ରେନୋ ଟ୍ରାଇଭରରେ ୧୮ରୁ ୧୯ କିଲୋମିଟର ପ୍ରତି ଲିଟର ମାଇଲେଜ୍ ଦେବା ଦାବି କରିଥାଏ । ରେନୋ ଟ୍ରାଇବରର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ୍ ଭାରତରେ ୬ ଲକ୍ଷ ଟଙ୍କାଠୁ ଆରମ୍ଭ କରି ଟପ୍ ମଡେଲରେ ୮.୯୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ ।

ଏଥିରେ ଆଣ୍ଡ୍ରଏଡ୍ ଅଟୋ ଓ ଆପଲ କାରପ୍ଲେ କନେକ୍ଟିଭିଟି ସପୋର୍ଟ କରୁଥିବା ୮ ଇଞ୍ଚ ବିଶିଷ୍ଟ ଟଚସ୍କ୍ରିନ୍ ଇନଫୋଟେଣ୍ଟମେଣ୍ଟ ସୁବିଧା ମିଳୁଛି । ଏହା ସହିତ ଓ୍ବେୟାରଲେସ୍ ଫୋନ୍ ଚାର୍ଜର, ଷ୍ଟିୟରିଂ ମାଉଣ୍ଟେଡ୍ କଣ୍ଟ୍ରୋଲ, ଏସି ଭେଣ୍ଟ୍ସ, ପୁଶ୍ ବଟନ ଷ୍ଟାର୍ଟ-ଷ୍ଟପ୍ ଏବଂ ସେଣ୍ଟର କନସୋଲରେ କୁଲ୍ଡ ଷ୍ଟୋରେଜ୍ ଭଳି ଫିଚର୍ସ ମଧ୍ୟ ଦିଆଯାଇଛି । ଏହା ବ୍ୟତୀତ ସେଫ୍ଟି ପାଇଁ ରେନୋ ଟ୍ରାଇବରରେ ୪ ଏୟାରବ୍ୟାଗ୍, ଟାୟାର ପ୍ରେଶର ମନିଟରିଂ ସୁବିଦା ସହିତ ରିୟର ପାର୍କିଂ ସେନ୍ସର ମଧ୍ୟ ଦିଆଯାଇଛି ।

ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ କାର୍ଯ୍ୟକ୍ରମ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Comments are closed.