www.samajalive.in
Monday, December 8, 2025
14.1 C
Bhubaneswar

ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି: ତୋମାରଙ୍କୁ ଓଡ଼ିଶା, ଅପରାଜିତାଙ୍କୁ..

ନୂଆଦିଲ୍ଲୀ: ବିଜେପି ବିଭିନ୍ନ ରାଜ୍ୟ ପାଇଁ ଏହାର ନୂଆ ପ୍ରଭାରୀ ଓ ସହପ୍ରଭାରୀଙ୍କ ନାଁ ଘୋଷଣା କରିଛି। ଶୁକ୍ରବାର ଦଳ ପକ୍ଷରୁ ୨୪ଟି ରାଜ୍ୟର ପ୍ରଭାରୀ ଓ ସହ ପ୍ରଭାରୀଙ୍କ ତାଲିକା ପ୍ରକାଶ ପାଇଛି। ବିଜୟପାଲ ସିଂହ ତୋମାର ଓଡ଼ିଶା ପ୍ରଭାରୀ ନିଯୁକ୍ତ ହୋଇଥିବାବେଳେ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ଵ ଦିଆଯାଇଛି।

ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କେରଳ ସହପ୍ରଭାରୀ ନିଯୁକ୍ତ କରାଯାଇଛି। ପ୍ରକାଶ ଜାବଡ଼େକର କେରଳ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସଂଯୋଜକ ଦାୟିତ୍ଵ ମିଳିଛି।

- Advertisement -


ଅପରପକ୍ଷେ, ରଘୁନାଥ କୁଲକର୍ଣ୍ଣୀ ଆଣ୍ଡାମାନ ଓ ନିକୋବର ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ଅରୁଣାଞ୍ଚଳପ୍ରଦେଶ ପ୍ରଭାରୀ ଭାବେ ଅଶୋକ ସିଂଘଲ ନିଯୁକ୍ତ ହୋଇଛନ୍ତି। ବିନୋଦ ତାୱଡେ ବିହାର ପ୍ରଭାରୀ ନିଯୁକ୍ତ ହୋଇଥିବାବେଳେ ସହପ୍ରଭାରୀ ଭାବେ ଦୀପକ ପ୍ରକାଶଙ୍କୁ ଦାୟିତ୍ଵ ଦିଆଯାଇଛି। ଶ୍ରୀକାନ୍ତ ଶର୍ମା ହିମାଚଳ ପ୍ରଦେଶ ପ୍ରଭାରୀ ଦାୟିତ୍ୱରେ ରହିବେ। ନୀତିନ ନବୀନ ଛତିଶଗଡ଼ ପ୍ରଭାରୀ ହୋଇଛନ୍ତି। ଡାକ୍ତର ସତୀଶ ପୁନିଆଙ୍କୁ ହରିୟାଣା ପ୍ରଭାରୀ ଓ ସୁରେନ୍ଦ୍ର ସିଂହ ନାଗରଙ୍କୁ ସହପ୍ରଭାରୀ ନିଯୁକ୍ତ କରାଯାଇଛି। ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାଡ଼ଖଣ୍ଡ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଅନୀଲ ଆଣ୍ଟୋନୀଙ୍କୁ ଉଭୟ ମେଘାଳୟ ଓ ନାଗାଲାଣ୍ଡ ପ୍ରଭାରୀ ଦାୟିତ୍ବ ଦିଆଯାଇଥିବାବେଳେ ବିଜୟ ରୂପାନୀଙ୍କୁ ପଞ୍ଜାବ ପ୍ରଭାରୀ ଦାୟିତ୍ବ ମିଳିଛି। ସେହିପରି ଡ. ମହେନ୍ଦ୍ର ସିଂହ ମଧ୍ୟପ୍ରଦେଶ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories