www.samajalive.in
Saturday, December 6, 2025
17.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନା; ଥାନାରେ କାଗଜ କଲମ ଧରି ପହଞ୍ଚିଲେ ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କୁ ଭଲ ବ୍ୟବହାର ଦେଖାଅ, ଅଭିଯୋଗକୁ ଗୁରୁତ୍ୱ ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବି ପୁଲିସ ସଠିକ୍‍ ଭାବେ କାର୍ଯ୍ୟ କରୁନଥିବା ଦେଖିବାକୁ ମିଳିଛି । ଥାନାକୁ ଅଭିଯୋଗ କରିବାକୁ ଆସିଲେ ପୁଲିସ ଭୟ ଦେଖାଉଥିବା ଜଗତସିଂହପୁରରୁ ଅଭିଯୋଗ ଆସିବା ପରେ ଶେଷରେ ବିଧାୟକ ନିଜେ କଲମ କାଗଜ ଧରି ଥାନାରେ ପହଞ୍ଚିଛନ୍ତି । ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁ ନାହାଁନ୍ତି ପୁଲିସ ଅଧିକାରୀ । ବିଧାୟକ ଅମରେନ୍ଦ୍ର ଦାସ ଥାନାରେ ପହଞ୍ଚି ପୁଲିସ ବାବୁଙ୍କ ଉପରେ ବର୍ଷିଛନ୍ତି । ଥାନାରେ ଅଭିଯୋଗ କରିବାକୁ ଆସିଥିବା ଲୋକଙ୍କୁ ସହଯୋଗ କାହିଁକି କରୁନ ବୋଲି ପ୍ରଶ୍ନ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତିରେ କାଠିଆ ପଡା ଗାଁର ବିଜୟ ମହାନ୍ତି ନାମକ ଅଭିଯୋଗକାରୀ ଜଗତସିଂହପୁର ଥାନାକୁ ଅଭିଯୋଗ ପାଇଁ ଆସିଥିଲେ । ପୁଲିସ ଅଭିଯୋଗ ଲେଖିବାକୁ କାଗଜ ନଥିବା କହି ସଂପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦେଇଥିଲା । ଏ ସମ୍ପର୍କରେ ବିଧାୟକ ଅମରେନ୍ଦ୍ର ଜାଣିବା ପରେ ଥାନାରେ କାଗଜ ପ୍ୟାକେଟ ଓ କଲମ ଧରି ପହଞ୍ଚିଥିଲେ । ପୁଲିସ ବାବୁଙ୍କୁ ତାଗିଦ କରିବା ସହ ଅଭିଯୋଗ ଲେଖିଥିଲେ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories