ଏହି ସେଓ ଖାଉଛନ୍ତି କି ସାବଧାନ! ବଜାରରେ ଏଭଳି ରଙ୍ଗ ବୋଳି ବିକ୍ରି ହେଉଛି ସେଓ
ସମାଜ ଡିଜିଟାଲ ଡେସ୍କ: ଜଣେ ସୁସ୍ଥ ଲୋକ ହୁଅନ୍ତୁ କି ଅସୁସ୍ଥ ଫଳ ସାଧାରଣତଃ ସଭିଁଙ୍କୁ ଖାଇବାକୁ ଭଲ ଲାଗିଥାଏ । ହେଲେ ଫଳ ଭିତରେ ସେଓ ଖାଇବା ବେଳେ ଆପଣ ଟିକେ ସାବଧାନତା ଅବଲମ୍ବନ କରନ୍ତୁ । କାରଣ ବଜାରରେ ଏଭଳି ରଙ୍ଗ ବୋଳାଯାଇ ସେଓକୁ ବିକ୍ରି କରାଯାଉଛି । ଯାହାକି ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଭଲ ଭାବରେ ଦେଖନ୍ତୁ ଏହି ଭିଡ଼ିଓକୁ । ଏଠାରେ ସେଓକୁ କିଭଳି ଭାବରେ ରସାୟନିକ ରଙ୍ଗ ବୋଳି ବିକ୍ରି ହେବାକୁ ପଠାଯାଉଛି । ଡାକ୍ତର ସେଓ ଖାଇବାକୁ ପରାମର୍ଶ ଦେଉଥିବା ବେଳେ ବଜାରରେ ଏଭଳି ରଙ୍ଗ ବୋଳା ସେଓ ଖାଇବାରୁ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି । ବଜାରରେ ବିକ୍ରି ହେଉଥିବା ସେଓକୁ ଭଲ ଭାବରେ ପରଖି କିଣନ୍ତୁ । ରସାୟନିକ ରଙ୍ଗ ଯୁକ୍ତ ସେଓ କିଣିବାଠାରୁ ଦୂରେଇ ରୁହନ୍ତୁ ।
तैयार हो रही हैं एकदम लाल लाल एपल
रोज एक एपल खाओ, डॉक्टर के पास जाओpic.twitter.com/Ard4kZ66Ab— Arvind Chotia (@arvindchotia) July 3, 2024
Comments are closed.