www.samajalive.in
Saturday, December 6, 2025
16.1 C
Bhubaneswar

ମହିଳାଙ୍କୁ ଗିଳିଦେଲା ଅଜଗର

ମାକାସାର : ଇଣ୍ଡୋନେସିଆର ଦକ୍ଷିଣ ସୁଲାୱେସି ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ଏକ ଅଜଗର ଗିଳି ଦେବାରୁ ତାଙ୍କର ଜୀବନ ଯାଇଛି। ସିିରିଆଟି ନାମକ ଜଣେ ମହିଳା ନିଜ ଅସୁସ୍ଥ ପିଲା ପାଇଁ ଔଷଧ ଆଣିବାକୁ ଯାଉଥିଲେ। ତେବେ ସେ ଦୀର୍ଘସମୟ ଧରି ନ ଫେରିବାରୁ ତାଙ୍କ ସ୍ବାମୀ ଆଡିଆନ୍‌ସା ଓ ଅନ୍ୟ ସମ୍ପର୍କୀୟ ବିଭିନ୍ନ ଆଡେ ଖୋଜାଖୋଜି କରିଥିଲେ। ସିରିଆଟିଙ୍କ ଚପଲ ଘର ଠାରୁ ପ୍ରାୟ ୫୦୦ ମିଟର ଦୂରରେ ପଡ଼ିଥିବା ନେଇ ଆଡିଆନ୍‌ସା ଦେଖିବାକୁ ପାଇଥିଲେ। ଚପଲ ପଡ଼ିଥିବା ସ୍ଥାନରୁ କିଛିଦୂରରେ ଏକ ଅଜଗର ଶୋଇ ରହିଥିବା ଏବଂ ତା’ ପେଟ ଅସ୍ବାଭାବିକ ଭା​‌ବେ ଫୁଲି ଯାଇଥିବା ଆଡିଆନ୍‌ସା ଦେଖିଥିଲେ। ଅଜଗରର ଏପରି ଅବସ୍ଥାକୁ ଦେଖି ଆଡିଆନ୍‌ସାଙ୍କ ସନ୍ଦେହ ହେବାରୁ ସେ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଗ୍ରାମବାସୀ ଅଜଗରର ପେଟ କାଟି ତା’ ଭିତରେ ଥିବା ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ସୂଚନାଥାଉ କି ଗତମାସରେ ଅନ୍ୟ ଜଣେ ମହିଳାଙ୍କୁ ଏକ ଅଜଗର ଗିଳି ଦେଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories