ଜୁଲାଇ ୮ ଛୁଟି – ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ରାଜସ୍ୱ ଓ ମାଜିଷ୍ଟ୍ରେଟ୍ ଅଦାଲତ
ଡେସ୍କ: ରଥଯାତ୍ରା ଉପଲକ୍ଷେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜୁଲାଇ ୮ ତାରିଖକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଛୁଟିରେ କେଉଁ ସଂସ୍ଥା ବା କାର୍ଯ୍ୟାଳୟ ବନ୍ଦ ରହିବ ସେ ନେଇ ସ୍ପଷ୍ଟୀକରଣ ଆସିଛି। ରଥଯାତ୍ରା ଅବସରରେ ଜୁଲାଇ ୮ ତାରିଖ (ସୋମବାର) ଅର୍ଥାତ୍ ରଥଯାତ୍ରାର ପରଦିନ ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ତଥା ରାଜସ୍ୱ ଓ ମାଜିଷ୍ଟ୍ରେଟ୍ ଅଦାଲତ (କାର୍ଯ୍ୟନିର୍ବାହୀ) ବନ୍ଦ ରହିବ। ଏହାଛଡା ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ସେହିଦିନ ବନ୍ଦ ରହିବ।
Comments are closed.