www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗୁରୁତର ଅବସ୍ଥାରେ ଡ୍ରାଇଭର ଉଦ୍ଧାର

ରେଢାଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍। ଚାପ ହୋଇରହିଗଲେ ଜଣେ ଡ୍ରାଇଭର। ୩ ଘଣ୍ଟାରୁ ଅଧିକ ସମୟ ହେବ ଉଦ୍ୟମ କରି ତାଙ୍କୁ ଉଦ୍ଧାର କରାଯାଇଛି। ଏବଂ ଗୁରୁତର ଅବସ୍ଥାରେ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି। ଡ୍ରାଇଭରଙ୍କର ଦୁଇଟି ଗୋଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।  ୫୫ ନଂ ଜାତୀୟ ରାଜପଥର ସମ୍ବଲପୁର ଜିଲ୍ଲା ରେଢାଖୋଲର ଚାରବାଟି ଛକ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ତେବେ ଭୋର୍ ସମୟରେ ଖରାପ ହୋଇ ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ ପଛ ପଟ ଟ୍ରକର ଡ୍ରାଇଭର ଚାପି ହୋଇ ରହିଥିଲେ। ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲ​‌ରେ ଭର୍ତ୍ତି କରିଛି ପୁଲିସ୍ ଏବଂ ଅଗ୍ନିଶମବାହିନୀ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories