www.samajalive.in
Saturday, December 6, 2025
14.1 C
Bhubaneswar

ଶତ୍ରୁଘ୍ନ ସିହ୍ନା ଡାକ୍ତରଖାନାରେ ଭର୍ତ୍ତି: ପଞ୍ଜରାରେ ଲାଗିଛି ଆଘାତ

ମୁମ୍ବଇ : ବିଶିଷ୍ଟ ଅଭିନେତା ଶତ୍ରୁଘ୍ନ ସିହ୍ନା ଗାଲିଚା ଉପରେ ପଡିଯିବା ପରେ ତାଙ୍କ ପଞ୍ଜରାରେ ଆଘାତ ଲାଗିଛି। ଚିକିତ୍ସା ନିମନ୍ତେ ତାଙ୍କୁ ସ୍ଥାନୀୟ କୋକିଳାବେନ୍‌ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ ସେ ଡାଇନିଂ ରୁମ୍‌ ସୋଫାରୁ ଉଠି ବାହାରକୁ ଆସୁଥିବା ବେଳେ ଗାଲିଚା ଉପରେ ଝୁଣ୍ଟି ପଡିଯାଇଥିଲେ। ଫଳରେ ତାଙ୍କ ପଞ୍ଜରାରେ ଆଘାତ ଲାଗିଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ଶରୀର ମଧ୍ୟରେ କୋୖଣସି ଆଘାତର ଚିହ୍ନ ନାହିଁ। ଏଥିସହିତ ଡାକ୍ତରମାନେ ତାଙ୍କୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି । ଜୁନ୍‌ ୨୩ ତାରିଖରେ ଶତ୍ରୁଘ୍ନଙ୍କ ଝିଅ ସୋନାକ୍ଷୀ ଏବଂ ଜାହିର୍‌ ଇକ୍‌ବାଲଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ଅଭିନେତା ହସପିଟାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କ ଝିଅ ଜ୍ବାଇଁ ମଧ୍ୟରେ ସେଠାରେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories